ନିରୀହ ଚାଷୀଙ୍କୁ ନିର୍ଦ୍ଧୁମ ପିଟିଲେ ଗୋରକ୍ଷକ ବାହିନୀ ଲୋକ, ଥାନାରେ ଏତଲା

ଗୋରକ୍ଷକଙ୍କ ଗୁଣ୍ଡାରାଜ । କାମଧେନୁ ଯୋଜନାରେ ଗାଈ, ବାଛୁରୀ କିଣି ଆନ୍ଧ୍ରରୁ କଟକ ସିଠାଳି ଫେରୁଥିବା ଚାଷୀଙ୍କୁ ନିର୍ଦ୍ଧୁମ୍ ପିଟିଲେ ଗୋରକ୍ଷକ ବାହିନୀ ଲୋକ । ମଞ୍ଚେଶ୍ବର ଥାନାରେ ଏତଲା ।

19-Gorakhyak

କନକ ବ୍ୟୁରୋ: କାମଧେନୁ ଯୋଜନାରେ ଗାଈ, ବାଛୁରୀ କିଣି ନେଉଥିବା ଚାଷୀଙ୍କୁ ଧରି ନିର୍ଦ୍ଧୁମ୍ ପିଟିଲେ ଗୋରକ୍ଷକ ବାହିନୀ ଲୋକ । ଜୀବନ ହାରିଲା ନିଷ୍ପାପ ବାଛୁରୀ । ଆନ୍ଧ୍ରରୁ ସିଠାଳ ଯାଉଥିବାବେଳେ ପଳାଶୁଣୀ ଛକ ନିକଟରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ, କିଛି ଚାଷୀ କାମଧେନୁ ଯୋଜନା ଅନ୍ତର୍ଗତ ଲୋନ ଦ୍ବାରା ଦୁଇଟି ଗାଡ଼ିରେ ଚାରୋଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ । ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣ ପତ୍ର ମାଗିଥିଲେ । ପରେ ପ୍ରମାଣ ମୂଳକ କାଗଜକୁ ଜାଲ ବୋଲି କହି ନିବସ୍ତ୍ର କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ସେମାନଙ୍କ ମାଡ଼ରେ ଏକ ନିରୀହ ବାଛୁରୀର ମୃତ୍ୟୁ ବି ହୋଇଛି । ଏହାକୁ ନେଇ ଏବେ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି କଟକ ଜିଲ୍ଲା ସିଠାଳର ଏହି ଚାଷୀମାନେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe