କନକ ବ୍ୟୁରୋ: ବରଗଡ ଜିଲ୍ଲା ଭଟଲିରେ ତାତିଲେ ଚାଷୀ। ଟାଟା ବିରୋଧରେ ଗର୍ଜିଲେ, ସ୍ମାର୍ଟ ମିଟର ଫିଙ୍ଗିଲେ । ବିଜୁଳି ବିଲକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭଟଲି ଟାଟା ଅଫିସ ସମ୍ମୁଖରେ ହଜାର ହଜାର ଚାଷୀ ପ୍ରତିବାଦ କରିଛନ୍ତି । ଗାଡିରେ ବସ୍ତା ବସ୍ତା ସ୍ମାର୍ଟ ମିଟର ବୋଝେଇ କରି ଆସିଥିଲେ ବିକ୍ଷୋଭକାରୀ। ଦୁଇଟି ଗାଡିରେ ବସ୍ତା ବସ୍ତା ସ୍ମାର୍ଟ ମିଟର ଆଣି ବିରୋଧ ପ୍ରଦର୍ଶନ କରିବା ସହ କାର୍ୟ୍ୟାଳୟକୁ ସ୍ମାର୍ଟମିଟର ଫିଙ୍ଗିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ପୁଲିସ ଓ ଚାଷୀ ମୁହାଁମୁହିଁ ହୋଇଛନ୍ତି ।
ଟାଟା ଦାବିକୁ ଅଣଦେଖା କଲେ ଆଗକୁ ମଧ୍ୟ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଯେତିକି ବିଜୁଳି ବ୍ୟବହାର ହେଉନାହିଁ, ତାଠୁ ଅଧିକ ବିଲ ଆସୁଛି । ବିଲ ଆଦାୟ କରିବାକୁ ମିଟର ରିଡିଂ କରିବାକୁ ଟାଟା କର୍ମଚାରୀ ଘରେ ଘରେ ଯୋତା ପିନ୍ଧି ପଶୁଛନ୍ତି । ଏପରିକି ଘରେ ପୁରୁଷନଥିଲେ ମଧ୍ୟ ମିଟିର ରିଡିଂ ଆଳରେ ଟାଟା କର୍ମଚାରୀ ଘରେ ପଶିଯାଉଥିବା ଅଭିଯୋଗ ହେଉଛି । ପୂର୍ବରୁ ଯେଉଁ ମିଟର ଘରେ ଲାଗିଥିଲା, ସେହି ମିଟରରେ ମାସକୁ ୨ଶହରୁ ୩ଶହ ଟଙ୍କା ବିଲ ଆସୁଥିଲା । କିନ୍ତୁ ଏବେ ମାସକୁ ୨ରୁ ୩ ହଜାର ଟଙ୍କାର ବିଜୁଳି ବିଲ ଆସୁଛି । ସ୍ମାର୍ଟ ମିଟର ଲଗାଇ ଟାଟା ଚାଷୀଙ୍କୁ ଶୋଷଣ କରୁଥିବା ଆନ୍ଦୋଳନକାରୀ ଚାଷୀ ଅଭିଯୋଗ କରିଛନ୍ତି ।