ପୁଣି ରାସ୍ତାକୁ ଓହ୍ଲାଇଲେ ଅସନ୍ତୋଷ ଚାଷୀ ; ଚିନ୍ତାରେ ପଞ୍ଜାବ ସରକାର

ବିଭିନ୍ନ ଦାବି ନେଇ ପୁଣି ରାଜରାସ୍ତାରେ ଚାଷୀ । ବଢ଼ିଲା ପଞ୍ଜାବ ସରକାରଙ୍କ ଚିନ୍ତା । ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ । ଡିଏପି ସାର ଯୋଗାଣ ଜାରି ରଖିବାକୁ କେନ୍ଦ୍ରର ପ୍ରତିଶ୍ରୁତି ।

11punnjab

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ନେଇ ବଢ଼ିଲା ପଞ୍ଜାବ ସରକାରଙ୍କ ଚିନ୍ତା । ବିଭିନ୍ନ ଦାବି ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଶନିବାର ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଠିକ୍ ସମୟରେ ଧାନ କିଣା ସମେତ ନଡ଼ା ପୋଡ଼ିବା ପାଇଁ କୃଷକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଇଛି । ଶହଶହ କୃଷକ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ତେବେ ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ରାଜ୍ୟର ସଙ୍ଗରୁର, ଭଟିଣ୍ଡା, ମୋଗା, ବଟାଲା ଓ ଗୁରୁଦାସପୁରରେ ଚକା ଜାମ୍ କରାଯିବ ବୋଲି ମଧ୍ୟ ଚେତାଇ ଦେଇଛନ୍ତି ଚାଷୀ । ସେପଟେ ଚାଷୀଙ୍କ ସମସ୍ୟା ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ଆଲୋଚନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ ସିଂହ ମାନ । କେନ୍ଦ୍ର ପକ୍ଷରୁ ପଞ୍ଜାବକୁ ଡିଏପି ସାର ଯୋଗାଣ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନଡ୍ଡା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe