Photograph: (KANAKNEWS)
କନକବ୍ୟୁରୋ : ଫରିଦାବାଦର ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘରା ସଫେଇ ବେଳେ ଭୁଲ୍ରେ ସୁନା ଅଳଙ୍କାରକୁ ଅଳିଆ ଭାବେ ଫିଙ୍ଗି ଦେଇଥିଲେ । ୧୦୦ ଗ୍ରାମ ମୂଲ୍ୟର ଏହି ସୁନାକୁ ସେ ଚାରି ମାସ ପରେ ପାଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଜଣେ ସ୍କ୍ରାପ୍ ଡିଲର ୧୫ ଲକ୍ଷ ଟଙ୍କାର ଏହି ସବୁ ସାମଗ୍ରୀ ଫେରାଇଥିବାରୁ ସମସ୍ତେ ତାଙ୍କର ସଚ୍ଚୋଟତାର ପ୍ରଶଂସା କରିଛନ୍ତି । ଅଶୋକ ଶର୍ମା ନାମକ ଜଣେ ବ୍ୟକ୍ତି ଦୀପାବଳି ସମୟରେ ଘରର ପୁରୁଣା ଭଙ୍ଗାରୁଜା ସାମଗ୍ରୀ ସ୍କ୍ରାପ୍ ଡିଲରକୁ ବିକ୍ରି କରିଦେଇଥିଲେ । ଗତବର୍ଷ ଜାନୁଆରିରେ ଶର୍ମାଙ୍କ ପରିବାର କୁମ୍ଭମେଳା ବୁଲିବାକୁ ଯାଇଥିଲେ। ଚୋରି ନ ହେବା ପାଇଁ ଘରର ସମସ୍ତ ସୁନା ଅଳଙ୍କାର ଏକ ବାକ୍ସରେ ପୂରାଇ ଏକ ବସ୍ତାରେ ଭରି କରି ରଖି ଦେଇଥିଲେ।
ଅଧିକ ପଢନ୍ତୁ ... ଏପ୍ଷ୍ଟିନ୍ ଉଗ୍ର, ମାନସିକ ରୋଗୀ ଥିଲା : ଏପ୍ଷ୍ଟିନ୍ ନିର୍ଯାତନାକୁ ମନେପକାଇଲେ ପୀଡ଼ିତା
କୁମ୍ଭମେଳାରୁ ଫେରିବା ପରେ ସେମାନେ ଏକଥା ଭୁଲି ଯାଇଥିଲେ। ଦୀପାବଳି ସମୟରେ ଘର ସଫାସଫି କରିବାବେଳେ ଏହି ବସ୍ତାକୁ ଭୁଲରେ ସେମାନେ ଅଳିଆ ଭାବି ସ୍କ୍ରାପ୍ ଡିଲରକୁ ବିକି ଦେଇଥିଲେ। ଶର୍ମାଙ୍କ ପରିବାର ଏ ବିଷୟରେ ଜାଣିବା ପରେ ସ୍କ୍ରାପ୍ ଡିଲରଙ୍କୁ ଯୋଗାଯୋଗ କରିଥିଲେ। କିନ୍ତୁ ସ୍କ୍ରାପ୍ ଡିଲର ସେତେବେଳେ ସାମଗ୍ରୀ କେଉଁଠି ଅଛି ଠାବ କରିପାରିନଥିଲେ ଓ ଶର୍ମାଙ୍କ ପରିବାର ନିରାଶ ହୋଇ ଫେରିଥିଲା ।
ଚାରି ମାସ ପରେ ସ୍କ୍ରାପ ଡିଲର ହାଜି ଅଖତାର ଖାନ୍ ଅଳିଆ ଭିତରୁ କାଗଜରେ ଗୁଡ଼ା ହୋଇଥିବା ସୁନା ଅଳଙ୍କାର ସବୁ ପାଇଥିଲେ। ବିଳମ୍ବ ନ କରି ସେ ବଲ୍ଲଭଗଡ଼ ପୁଲିସକୁ ନେଇ ତାହା ହସ୍ତାନ୍ତର କରିଥିଲେ। ପୁଲିସ ଏହାକୁ ଶର୍ମା ପରିବାରକୁ ହସ୍ତାନ୍ତର କରିଛି। ବଲ୍ଲଭଗଡ଼ ଏସିପି ଜିତେଶ ମଲହୋତ୍ରା ଖାନ୍ଙ୍କ ସଚ୍ଚୋଟତାର ପ୍ରଶଂସା କରିଛନ୍ତି। ଖାନ୍ କହିଥିଲେ, ସୁନା ଅଳଙ୍କାର ପାଇବା ପରେ ଏହାର ପ୍ରକୃତ ମାଲିକଙ୍କ ଫେରାଇବାକୁ ନିଷ୍ପତ୍ତି ନେଇଥିଲି ଓ ମୋ ପରିବାର ମୋତେ ଏଥିରେ ସମର୍ଥନ କରିଥିଲା।
Follow Us