ବାରବାଟୀ ଦିନିକିଆରେ ନିରାଶ ହେବେ ଦର୍ଶକ! ଟିକେଟ କମ୍, ପାସ୍ ଅଧିକ

Advertisment

ବାରବାଟୀ ଷ୍ଟାଡିୟମରେ  ଏଥର ଦର୍ଶକ ନିରାଶ ହେବେ । ପୁରା ଦର୍ଶକ କ୍ଷମତାର ଅଧାରୁ ଅଧିକ ପାସ୍ ଫଳରେ ୯ ତାରିଖ ମ୍ୟାଚ ପାଇଁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭିଆଇପିଙ୍କ ପାଇଁ ପାସ୍ ସନ୍ତୁଷ୍ଟିକରଣ କାହା ସ୍ୱାର୍ଥରେ  ବୋଲି  ଅନେକ ପ୍ରଶ୍ନ କରିଛନ୍ତି ।

ବାରବାଟୀ ଷ୍ଟାଡିୟମରେ  ଏଥର ଦର୍ଶକ ନିରାଶ ହେବେ । ପୁରା ଦର୍ଶକ କ୍ଷମତାର ଅଧାରୁ ଅଧିକ ପାସ୍ ଫଳରେ ୯ ତାରିଖ ମ୍ୟାଚ ପାଇଁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭିଆଇପିଙ୍କ ପାଇଁ ପାସ୍ ସନ୍ତୁଷ୍ଟିକରଣ କାହା ସ୍ୱାର୍ଥରେ  ବୋଲି  ଅନେକ ପ୍ରଶ୍ନ କରିଛନ୍ତି ।

wdwdwdw

wdwdwd Photograph: (wdwd)

କନକ ବ୍ୟୁରୋ: ବାରବାଟୀ ଷ୍ଟାଡିୟମରେ  ଏଥର ଦର୍ଶକ ନିରାଶ ହେବେ । ପୁରା ଦର୍ଶକ କ୍ଷମତାର ଅଧାରୁ ଅଧିକ ପାସ୍ ଫଳରେ ୯ ତାରିଖ ମ୍ୟାଚ ପାଇଁ ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି । ଭିଆଇପିଙ୍କ ପାଇଁ ପାସ୍ ସନ୍ତୁଷ୍ଟିକରଣ କାହା ସ୍ୱାର୍ଥରେ  ବୋଲି  ଅନେକ ପ୍ରଶ୍ନ କରିଛନ୍ତି ।  କ୍ରୀଡ଼ାପ୍ରେମୀଙ୍କ ପାଇଁ ରାଜ୍ୟ ରେ ଆଉ ଏକ ଷ୍ଟାଡିୟମ୍ କାହିଁକି ନ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । 

ଦୁଇ ବର୍ଷ ପରେ ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ। ୯ ତାରିଖରେ ଭାରତ -ଇଂଲଣ୍ଡ ଏଠାରେ ଦ୍ବିତୀୟ ଦିନିକଆ ଦିବାରାତ୍ର ମ୍ୟାଚ ଖେଳିବେ । ଅନଲାଇନ ଓ ଅଫଲାଇନରେ ଟିକେଟ ବିକ୍ରି ହେବ । ବାରବାଟୀ ଦିନିକିଆ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା କାହିଁରେ କଣ । ହେଲେ ଏଥର ଦର୍ଶକ କମ ଟିକେଟ ପାଇବେ ବୋଲି ଜଣାପଡିଛି ।

କାରଣ
ବାରବାଟୀ ଦର୍ଶକ କ୍ଷମତା ୪୫ ହଜାର
ଅଧାରୁ ଅଧିକ ଟିକେଟ ପାସ୍ ପାଇଁ ଉଦ୍ଦିଷ୍ଟ 
୧୬ ହଜାର ଟିକେଟ ବିକ୍ରି ବ୍ୟବସ୍ଥା 

୪୫ ହଜାରରୁ ମାତ୍ର ୧୬ ହଜାର ଟିକେଟ ବିକ୍ରି ହେବାକୁ ଥିବାରୁ ସାଧାରଣ କ୍ରୀଡାପ୍ରେମୀଙ୍କ ପାଇଁ ଏହା ନିଅଣ୍ଟ ହେବା ଜଳଜଳ ଦିଶୁଛି। ପାସ୍ ବ୍ୟବସ୍ଥାରେ ଅଙ୍କୁଶ ଲଗାଇବାକୁ ଚାପ ବଢିବାରେ ଲାଗିଛି।

ବାରବାଟୀ ଦିନିକିଆ ପାଇଁ ଏବେଠୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଲାଣି। ଓଡ଼ିଶାରେ ମ୍ୟାଚ୍ ପାଇଁ କ୍ରୀଡ଼ାପ୍ରେମୀଙ୍କ ଡିମାଣ୍ଡ ରହିଛି। ସେଥିପାଇଁ ରାଜ୍ୟସରକାରଙ୍କୁ ଆଉ ଏକ ଷ୍ଟାଡିୟମ୍ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ତେବେ ବାରବାଟୀରେ ଦର୍ଶକ କ୍ଷମତା ବଢ଼ାଇବା ନେଇ ଘୋଷଣା ଏଯାଏଁ କାର୍ୟ୍ୟକାରୀ ନହେବା ଓ ଅନ୍ୟ ରାଜ୍ୟ ତୁଳନାରେ ଭାରତୀୟ ଟିମରେ ଓଡ଼ିଆ କ୍ରିକେଟ ଖେଳାଳି ସ୍ଥାନ ନପାଇବା ଏକ ବଡଦୁର୍ବଳତା ବୋଲି ନିଜେ ସମ୍ପାଦକ ସ୍ବୀକାର ମଧ୍ୟ କରିଛନ୍ତି। 

ବାରବାଟୀ ମ୍ୟାଚ ପାଇଁ ଅନଲାଇନରେ ୨ ତାରିଖ ଓ ଅଫଲାଇନରେ ୫ ଓ ୬ ତାରିଖରେ ଟିକେଟ ବିକ୍ରୀ ହେବ। ମ୍ୟାଚ୍ ବେଳେ ଟିକେଟ ନପାଇ କ୍ରୀଡ଼ାପ୍ରେମୀ ନିରାଶ ହେଉଥିବା ବେଳେ ସନ୍ତୁଷ୍ଟୀକରଣ ପାଇଁ ଅଧିକ ପାସ୍ ବଣ୍ଟନ ବ୍ୟବସ୍ଥାକୁ ନେଇ ଓସିଏ ବିବାଦୀୟ ହୋଇପଡୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe