କନକବ୍ୟୁରୋ :  ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ସିନେମା  ପୁଷ୍ପା-ଟୁ । ବକ୍ସ ଅଫିସ୍ ରେ ଧମାଲ ମଚାଇଛି ପୁଷ୍ପା-ଟୁ ଦି ରୁଲ।  ଫିଲ୍ମର ରିଲିଜ୍ କୁ ଯେମିତି ଅଲ୍ଲୁଙ୍କ  ଫ୍ୟାନ୍ସ କାକପକ୍ଷି ଭଳି ଅନେଇ ରହିଥିଲେ । କାରଣ ଆଜି ସକାଳୁ  ଫିଲ୍ମ ରିଲିଜ୍  ହେଉ ହେଉ ସକାଳ ସାଢେ ୫ ସୁଦ୍ଧା ହାଉସ୍ ଫୁଲ୍  ହୋଇଥିଲା  ସବୁ ହଲ୍ ।  ଭୁବନେଶ୍ୱରରୁ ମୁମ୍ବାଇ, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ସବୁଠି ଫାଷ୍ଟ ଡେ' ଫାଷ୍ଟ ଶୋ' ଦେଖିବାକୁ ଫ୍ୟାନଙ୍କ ପ୍ରବଳ ଭିଡ଼ । ତିନି ବର୍ଷର ଲମ୍ବା ପ୍ରତିକ୍ଷା ପରେ ଫିଲ୍ମ ହଲ୍‌କୁ ଆସିଛି  ପୁଷ୍ପା-ଟୁ ଦି ରୁଲ । ୨୦୨୧ରେ ପୁଷ୍ପାର ସଫଳତା ପରେ ହାଇ ବଜେଟ ସିନେମା ପୁଷ୍ପା-୨ର ବଢ଼ିଛି କ୍ରେଜ୍ । 

Advertisment

 ଖାଲି ପୁଷ୍ପା- ଟୁ ଫିଳ୍ମ ପାଇଁ ଦର୍ଶକ ପାଗଳ ନୁହଁନ୍ତି  ହିରୋ ଅଲ୍ଲୁ ଅର୍ଜୁନଙ୍କ ପାଇଁ ପୁରା ଦିୱାନା ତାଙ୍କ ଫ୍ୟାନ୍ସ ।  ଆମେ  ଏହି କଥା ଏଇଥିପାଇଁ କହୁଛୁ ଯେ,  ଗତକାଲି  ଗତକାଲି ରାତିରେ ଫିଲ୍ମର ପ୍ରିମିୟର ହୋଇଥିଲା । ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ପ୍ରିମିୟର ପାଇଁ ପହଂଚିଥିଲେ ସୁପରଷ୍ଟାର ଅଲୁ ଅର୍ଜୁନ। ଆଉ ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ହୋଇଥିଲା ପ୍ରବଳ ଗହଳି । ଏତେ ସଂଖ୍ୟାରେ ଲୋକ ଫିଲ୍ମ ହଲ ବାହାରେ ଏକାଠି ହୋଇଥିଲେ ଯେ, ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର  ୯ ବର୍ଷର  ଛୋଟ ପିଲାର  ମୃତ୍ୟୁ ଘଟିଥିଲା । 

ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା । ତେବେ କ୍ରେଜି ଫ୍ୟାନ୍ସଙ୍କ ପାଇଁ ଦସ୍ୱବ ଜଣଙ୍କ ଜୀବନ ଚାଲିଗଲା ।  ତେବେ ଅନ୍ୟପଟେ ଆଜି ରିଲିଜ୍ ହୋଇଥିବା ପୁଷ୍ପା-ଟୁ ଦି ରୁଲ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି ।  ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଆଡାଭାନ୍ସ ଟିକେଟ ବୁକିଂ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଆଗେଇ ଚାଲିଛି। ପ୍ରଥମ ଦିନରେ ଟିକେଟ ବୁକିଂରେ ପୁଷ୍ପା ଟୁ ପାଖାପାଖି ୩୦କୋଟି ଟଙ୍କା ଆୟ କରିସାରିଥିବାବେଳେ ଦ୍ବିତୀୟ ଦିନ ବି ନନଷ୍ଟପ ବୁକିଂ ଚାଲିଥିଲା । ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ ଅଲ୍ଲୁ ଅର୍ଜୁନଙ୍କ ଏହି ବହୁ ପ୍ରତିକ୍ଷିତ ସିନେମା ପ୍ରଥମ ଦିନରେ ଶହେ କୋଟିରୁ ଅଧିକ ବକ୍ସ ଅଫିସ ଆୟ କରିପାରେ । ହିନ୍ଦୀ, ତାମିଲ, କନ୍ନଡ, ମାଲାଲିୟମ, ତେଲେଗୁ ସହ ମୋଟ ୫ଟି ଭାଷାରେ ରିଲିଜ ହେବାକୁ ଥିବା ପୁଷ୍ପା ଟୁ । ସବୁଠୁ ବଡ କଥା ହେଉଛି ହିନ୍ଦୀ ଭାଷାର ଟିକେଟ ବିହାରରେ ସବୁଠୁ ଅଧିକ ବିକ୍ରି ହେଉଛି। ଫିଲ୍ମର ମୁଖ୍ୟ ଚରିତ୍ରରେ ରଶ୍ମିକା ମନ୍ଦାନା, ଅଲ୍ଲୁ ଅର୍ଜୁନ, ଫରହାଦ ଫାସିଲ, ରାଓ ରମେଶ,ସୁନୀଲ, ଅଜୟ ଘୋଷ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।