କନକ ବ୍ୟୁରୋ :  ହିନ୍ଦୀରେ ରିମେକ୍ ହେବ ଓଡ଼ିଆ ଫିଲ୍ମ ‘ବୋଉ ବୁଟୁ ଭୂତ’। ଚଳିତ ବର୍ଷ ରଜରେ ରିଲିଜ୍ ହୋଇଥିବା ବାବୁସାନ ଅଭିନୀତ ବୋଉ ବୁଟୁ ଭୂତ ହିନ୍ଦୀ ଭାଷାରେ ନିର୍ମାଣ ହେବ । ଫିଲ୍ମକୁ ନିର୍ମାଣ କରିବ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ । ଏନେଇ ଧର୍ମା ପ୍ରଡକ୍ସନ ପକ୍ଷରୁ ପବ୍ଲିକ ନୋଟିସ୍ ଜାରି ହୋଇଛି । ଫିଲ୍ମର ରିମେକ୍ ରାଇଟ୍ସ ପାଇଁ ନୋଟିସର ୧୫ ଦିନ ଭିତରେ ଚୁକ୍ତି କରିବ ‘ବୋଉ ବୁଟୁ ଭୂତ’ର ପ୍ରଡକ୍ସନ ଟିମ । ବାବୁସାନ୍‌ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ ୬୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ମୁଖ୍ୟ ଭୂମିକାରେ ଓଲିଉଡ୍‌ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ସହ ଥିଲେ ନାୟିକା ଅର୍ଚ୍ଚିତା । ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା  । ଜଗଦୀଶ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଥିଲା । ଏହି ହରର୍ କମେଡି ଚଳଚ୍ଚିତ୍ରଟି ୨୦୨୫ର ସବୁଠାରୁ ଲାଭଦାୟକ ଚଳଚ୍ଚିତ୍ର ହୋଇଛି ।

Advertisment