କନକ ବ୍ୟୁରୋ : ମହାରାଷ୍ଟ୍ରରେ ଆଜି ଗଣେଶ ବିସର୍ଜନ । ଅନନ୍ତ ଚତୁର୍ଦ୍ଦଶୀରେ ଶ୍ରୀଗଣେଶଙ୍କ ପ୍ରତିମା ବିସର୍ଜନ କରାଯାଉଛି । କେବଳ ମୁମ୍ବାଇରେ ପ୍ରାୟ ୨ ଲକ୍ଷ ଗଣେଶ ମୂର୍ତ୍ତି ବିସର୍ଜନ କରାଯିବ । ଏଥିରେ ସାଢ଼େ ୬ ହଜାର ଗଣେଶ ପେଣ୍ଡାଲ ସମେତ ଲକ୍ଷେ ୭୫ ହଜାର ଘରେ ପୂଜା ପାଇଥିବା ଗଣେଶ ମୂର୍ତ୍ତି ରହିଛି । ବିସର୍ଜନ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।
/filters:format(webp)/kanak/media/media_files/2025/09/06/bappa11-2025-09-06-15-11-24.jpg)
ସମୁଦ୍ର ତଟ ସମେତ ୨୦୫ଟି କୃତ୍ରିମ ପୋଖରୀ ପ୍ରସ୍ତୁତ ହୋଇଛି । ସହରରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨୧ ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନ ହୋଇଛନ୍ତି । ପ୍ରଥମଥର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ବିସର୍ଜନ ପାଇଁ ସ୍ଥାପନ କରାଯାଇଛି ୧୯୨ଟି ନିୟନ୍ତ୍ରଣ କକ୍ଷ ଓ ୬୬ଟି ପର୍ଯ୍ୟବେକ୍ଷଣ ଟାୱାର ।