କନକ ବ୍ୟୁରୋ : ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ଥାନାରେ ଏତଲା । ପୀଡ଼ିତାଙ୍କ ପରିବାର ପକ୍ଷରୁ ବରଗଡ଼ ଟାଉନ୍ ଥାନାରେ ଏତଲା ହୋଇଛି । ସେପଟେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବରଗଡ-ଭଟଲି ରାସ୍ତାର ବରଡୋଲ ଛକରେ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ଫଳରେ ଯାତାୟାତ ଠପ୍ ହୋଇଛି ।

Advertisment

ମଙ୍ଗଳବାର ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ଯୁବତୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଏହି ଘଟଣାକୁ ୩ ଦିନ ବିତିଥିଲେ ମଧ୍ୟ ପୋଲିସ ଟେର ପାଇନାହିଁ । ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହୋଇଥିଲେ । ଏହାର ୪୮ ଘଣ୍ଟା ପରେ ଜଙ୍ଗଲରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।