ନ୍ୟାୟ ପାଇଁ ୧୨ କିଲୋମିଟର ଚାଲି ଚାଲି ଏସପିଙ୍କ ଦ୍ବାରସ୍ତ ହେଲେ ପରିବାର,  ମୃତ ନାବାଳିକା ଜସ୍ମିନ ସେଠଙ୍କୁ ନ୍ୟାୟ ଦାବି

ଘଟଣାକୁ ୧୨ ଦିନ ବିତିଥିଲେ ବି ଖୋଲୁନି ମୃତ୍ୟୁ ରହସ୍ୟ ।

ନ୍ୟାୟ ପାଇଁ ୧୨ କିଲୋମିଟର ଚାଲିଲେ

ନ୍ୟାୟ ପାଇଁ ୧୨ କିଲୋମିଟର ଚାଲିଲେ Photograph: (KanakNews)

କନକ ବ୍ୟୁରୋ; ନ୍ୟାୟ ଦାବିରେ ୧୨କିଲୋମିଟର ଚାଲି ଚାଲି ଆସି ଏସ୍‌ପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ପରିବାର ଓ ଗାଁ ମହିଳା । ଅନୁଗୁଳ ଶ୍ୟାମସୁନ୍ଦରପୁର ମୃତ ନାବାଳିକା ଜସ୍ମିନ ସେଠଙ୍କୁ ନ୍ୟାୟ ଦାବିରେ ଗାଁରୁ ପ୍ରାୟ ୧୨ କିଲୋମିଟର ଚାଲି ଚାଲି ଆସି ଏସ୍‌ପିଙ୍କୁ ଭେଟିବାକୁ ଯାଉଛନ୍ତି ମୃତକଙ୍କ ମା’ ଓ ଗାଁର ଶତାଧିକ ମହିଳା । ଏହାରି ଭିତରେ ଜସ୍ମିନ ସେଠଙ୍କ ମୃତ୍ୟୁ ଘଟଣାକୁ ୧୨ ଦିନ ବିତିଥିବା ବେଳେ ପୁଲିସ୍ ମୃତ୍ୟୁ ରହସ୍ୟର ଖୁଲାସା କରି ପାରିନି । 

ଏଣୁ ମୃତକଙ୍କ ପରିବାର ଲୋକ ଓ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ । ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳା ଏକଜୁଟ ହୋଇ ଜସ୍ମିନକୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ୍ ଘେରାଉ କରିବାକୁ ବାହାରିଥିବା ବେଳେ ପୁଲିସ ସେମାନଙ୍କୁ ଗାଡ଼ିରେ ନେବାକୁ ଗାଡ଼ି ଚାଳକଙ୍କୁ ବାରଣ କରିବାରୁ ଚାଲି ଚାଲି ଅଫିସ ଅଫିସ୍ ଯାଉଛନ୍ତି ୨୦୦ରୁ ଅଧିକ ମହିଳା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe