କାହା ପାଇଁ ଆବାସ ଯୋଜନା, ଦଦରା ଘରେ ବିତିଲାଣି ୧୦ ବର୍ଷ

Advertisment

ଦଦରା ଘରେ ବିତିଲାଣି ୧୦ ବର୍ଷ । ଭଙ୍ଗା କାନ୍ଥକୁ ଭରସା ଲୁଗା । ଛପର ଉପରେ ପଲିଥିନ୍ ପକାଇ ଆଶ୍ରୟ ନେଇଛନ୍ତି ନିଆଳିର ଶ୍ରବଣ ସେନାପତିଙ୍କ ପରିବାର । ସରକାରୀ ଆବାସ ପାଇଁ ବାରମ୍ବାର ଆବେଦନ ପରେ ବି ଶୁଣିନି ପ୍ରଶାସନ । 

ଦଦରା ଘରେ ବିତିଲାଣି ୧୦ ବର୍ଷ । ଭଙ୍ଗା କାନ୍ଥକୁ ଭରସା ଲୁଗା । ଛପର ଉପରେ ପଲିଥିନ୍ ପକାଇ ଆଶ୍ରୟ ନେଇଛନ୍ତି ନିଆଳିର ଶ୍ରବଣ ସେନାପତିଙ୍କ ପରିବାର । ସରକାରୀ ଆବାସ ପାଇଁ ବାରମ୍ବାର ଆବେଦନ ପରେ ବି ଶୁଣିନି ପ୍ରଶାସନ । 

28Housing Dreams Remain Distant

କନକ ବ୍ୟୁରୋ: ସତରେ କାହା ପାଇଁ ଆବାସ ଯୋଜନା । ଗରିବ ଲୋକଟେ ଆବାସରେ ଘର ଖଣ୍ଡିଏ ପାଇଁ ଆବେଦନ କରି କରି ଥକି ଯାଉଛି, ହେଲେ ମିଳୁନି । ବିପଦପୂର୍ଣ୍ଣ ଭଙ୍ଗା ଘରେ ବର୍ଷବର୍ଷ ବିତୁଛି । ନା କିଏ ପଚାରିବାକୁ ଅଛି ନା ଦୁଃଖ ଶୁଣିବାକୁ ଅଛି ପ୍ରଶାସନ । କଟକ ଜିଲ୍ଲା ନିଆଳି ବ୍ଲକ ଖରିବିଲି ଗାଁରୁ ଦେଖିବାକୁ ମିଳିଥିଲା ଏମିତି ଚିତ୍ର ।

ଦଦରା କୁଡ଼ିଆ, ଫଟା କାନ୍ଥ । ଚାଳ ଉପରେ ପଡ଼ିଛି ପଲିଥିନ୍‌ । ଭଙ୍ଗା କାନ୍ଥରେ ଲୁଗା ଘେରେଇ ତା'ଭିତରେ ରହୁଛନ୍ତି ୪ ଝିଅଙ୍କ ସହ ବାପା-ମା’ । ବର୍ଷା ଦିନର କଷ୍ଟ ନକହିବା ଭଲ । ପୂରା ଘର ପାଣିରେ ଭରିଯାଏ । ରୋଷେଇ ବାସ ବନ୍ଦ ହୋଇଯାଏ । ଆଉ ଏମିତି ଦୟନୀୟ ଅବସ୍ଥାରେ ବଞ୍ଚନ୍ତି ନିଆଳି ବ୍ଲକ ଏରଞ୍ଚ ପଞ୍ଚାୟତ ଖରିବିଲିର ୧୧ ନମ୍ବର ୱାର୍ଡର ଶ୍ରବଣ ସେନାପତିଙ୍କ ପରିବାର । ଆଶ୍ଚର୍ଯ୍ୟକର କଥା ହେଉଛି ଏ ସଂଘର୍ଷ ଆଜିର ନୁହେଁ, ଦୀର୍ଘ ୧୦ ବର୍ଷର ।
 

ଶ୍ରବଣ ଗାଁ ଗାଁ ବୁଲି ଫେରି କରନ୍ତି । ସେଥିରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳେ । ୪ ଝିଅ ପାଠ ପଢ଼ନ୍ତି । ସରକାରଙ୍କ ପକ୍ଷରୁ ରାସନ ଚାଉଳ ମିଳୁଛି । ପକ୍କା ଘରଟିଏ ପାଇଁ ଅନେକ ବାର ଆବେଦନ କରିଛନ୍ତି । ହେଲେ ପ୍ରଶାସନ ଧ୍ୟାନ ଦେଉନାହିଁ । ଯଦି ପ୍ରଶାସନ ଦୁଃଖୀଙ୍କ କଥା ବୁଝିଥାନ୍ତା ତେବେ ବଢ଼ିଲା ଝିଅଙ୍କୁ ଧରି ଅସୁରକ୍ଷିତ ଅବସ୍ଥାରେ ରହୁନଥାନ୍ତେ ଶ୍ରବଣ । ଏମିତି ପରିସ୍ଥିତି ରହୁଥିବା ଏହି ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe