ଝିଅ ହଜିବାକୁ ହେଲାଣି ୧୦ ଦିନ ; ହେଲେ ପୋଲିସ ନୀରବ

ନାବାଳିକା ଝିଅ ଅପହରଣକୁ ବିତିଲାଣି ୧୦ଦିନ ହେଲେ ପୁଲିସ ନୀରବ । ଭଦ୍ରକ ଘଣ୍ଟେଶ୍ବର ଫାଣ୍ଡି ଆଗରେ ଧାରଣାରେ ବସିଲେ ମହିଳା । ସେପଟେ ବାଲେଶ୍ବର ବସ୍ତାରେ ୧୫ ବର୍ଷୀୟା ଝିଅ ନିଖୋଜ, ପରିବାର ଲୋକଙ୍କ ଧାରଣା ।

Bhadrak

Bhadrak Photograph: (Kanaknews)

କନକ ବ୍ୟୁରୋ: ଅପହୃତ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଥାନା ଆଗରେ ସାରା ରାତି ଧାରଣା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ଧାରଣାରେ ବସିଛନ୍ତି ମହିଳା । ଭଦ୍ରକ ବାଂଶଡ଼ା ଥାନା ଘଣ୍ଟେଶ୍ବର ଫାଣ୍ଡି ଆଗରେ ଧାଣା ଦେଇଛନ୍ତି । ନାବାଳିକା ଝିଅ ଅପହରଣ ଘଟଣାକୁ ୧୦ ଦିନ ବିତିଗଲାଣି। କିନ୍ତୁ ପୁଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ । ଅପହରଣକାରୀଙ୍କୁ ଗିରଫ ଦାବିକରି ରାତିସାରା ଫାଣ୍ଡି ଆଗରେ ମହିଳା ମାନେ ଧାରଣା ଦେଇଛନ୍ତି । ଝିଅକୁ  ସ୍ଥାନୀୟ ଅଂଚଳର ଜଣେ ଯୁବକ ଅପହରଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା । 

ସେପଟେ  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ନିଖୋଜ ହୋଇଛି । ଏନେଇ ଯୁବତୀଙ୍କ ପରିବାର ଲୋକେ ବସ୍ତା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ନୀରବ ରହିଥିବା ଅଭିଯୋଗ କରିଛନ୍ତି । ଝିଅକୁ ଫେରାଇ ଆଣିବା ଦାବିରେ ଆଜି ପରିବାର ଲୋକେ ବସ୍ତା ଥାନା ଆଗରେ ଧାରଣାରେ ବସିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe