କନକ ବ୍ୟୁରୋ: ଅପହୃତ ନାବାଳିକା ଝିଅକୁ ଉଦ୍ଧାର ପାଇଁ ଥାନା ଆଗରେ ସାରା ରାତି ଧାରଣା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରି ଧାରଣାରେ ବସିଛନ୍ତି ମହିଳା । ଭଦ୍ରକ ବାଂଶଡ଼ା ଥାନା ଘଣ୍ଟେଶ୍ବର ଫାଣ୍ଡି ଆଗରେ ଧାଣା ଦେଇଛନ୍ତି । ନାବାଳିକା ଝିଅ ଅପହରଣ ଘଟଣାକୁ ୧୦ ଦିନ ବିତିଗଲାଣି। କିନ୍ତୁ ପୁଲିସ ନାବାଳିକାକୁ ଉଦ୍ଧାର କରିବାରେ ବିଫଳ । ଅପହରଣକାରୀଙ୍କୁ ଗିରଫ ଦାବିକରି ରାତିସାରା ଫାଣ୍ଡି ଆଗରେ ମହିଳା ମାନେ ଧାରଣା ଦେଇଛନ୍ତି । ଝିଅକୁ ସ୍ଥାନୀୟ ଅଂଚଳର ଜଣେ ଯୁବକ ଅପହରଣ କରିଥିବା ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା ।
ସେପଟେ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟା ନାବାଳିକା ନିଖୋଜ ହୋଇଛି । ଏନେଇ ଯୁବତୀଙ୍କ ପରିବାର ଲୋକେ ବସ୍ତା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ନୀରବ ରହିଥିବା ଅଭିଯୋଗ କରିଛନ୍ତି । ଝିଅକୁ ଫେରାଇ ଆଣିବା ଦାବିରେ ଆଜି ପରିବାର ଲୋକେ ବସ୍ତା ଥାନା ଆଗରେ ଧାରଣାରେ ବସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/03/30/4BphEkuB3wJw0giC9xNV.jpg)