ଦୁର୍ଗା ପୂଜା ବୁଲିବାକୁ ଯାଉଥିଲା ପରିବାର ; ଦୁର୍ଘଟଣାରେ ଚାଲିଗଲା ବଡ଼ବାପା, ଝିଆରୀଙ୍କ ଜୀବନ

ଦୁର୍ଗା ପୂଜା ବୁଲି ବାଲେଶ୍ବର ଯାଉଥିଲା ପରିବାର । ଶେରଗଡ଼ ଟୋଲ୍‌ ଗେଟ୍‌ ନିକଟରେ ହେଲେ ଦୁର୍ଘଟଣାର ଶିକାର । ଚାଲିଗଲା ବଡ଼ବାପା ଓ ଝିଆରୀଙ୍କ ଜୀବନ ।

18

କନକ ବ୍ୟୁରୋ: ପୂଜା ଦେଖିବାକୁ ବାଲେଶ୍ଵର ଯାଉଥିବା ସମୟରେ ଶେରଗଡ଼ ଟୋଲ ଗେଟ୍‌ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ବଡ଼ ବାପା ଓ ଝିଆରୀ ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ସଦସ୍ୟ । କସବାଜୟପୁର ଗାଁର ପ୍ରଫୁଲ୍ଲ ନାୟକ ନିଜ କାର୍‌ରେ ପରିବାର ସଦସ୍ୟଙ୍କୁ ନେଇ ପୂଜା ଦେଖିବାକୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଟୋଲ ଗେଟ ନିକଟରେ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ପ୍ରଫୁଲ୍ଲ ଏବଂ ତାଙ୍କ ଝିଆରୀର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଏବଂ ଅନ୍ୟ ମାନେ ଆହତ ହୋଇଥିବା ଜଣା ପଡ଼ିଛି । ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖନ୍ତାପଡ଼ା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇଟି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe