କନକ ବ୍ୟୁରୋ: ପୂଜା ଦେଖିବାକୁ ବାଲେଶ୍ଵର ଯାଉଥିବା ସମୟରେ ଶେରଗଡ଼ ଟୋଲ ଗେଟ୍ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ବଡ଼ ବାପା ଓ ଝିଆରୀ ଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ପରିବାରର ଅନ୍ୟ ସଦସ୍ୟ । କସବାଜୟପୁର ଗାଁର ପ୍ରଫୁଲ୍ଲ ନାୟକ ନିଜ କାର୍ରେ ପରିବାର ସଦସ୍ୟଙ୍କୁ ନେଇ ପୂଜା ଦେଖିବାକୁ ବାଲେଶ୍ୱର ଅଭିମୁଖେ ଯାଉଥିବାବେଳେ ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ଟୋଲ ଗେଟ ନିକଟରେ ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାରେ ପ୍ରଫୁଲ୍ଲ ଏବଂ ତାଙ୍କ ଝିଆରୀର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ଏବଂ ଅନ୍ୟ ମାନେ ଆହତ ହୋଇଥିବା ଜଣା ପଡ଼ିଛି । ଆହତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁଇଟି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/02/18-2025-10-02-10-36-23.jpg)