କନକବ୍ୟୁରୋ : ବାସବରାଜୁଙ୍କ ଶବ ପାଇଁ ହଟହଟା ପରିବାର ଲୋକେ । ବାସବରାଜୁଙ୍କ ସମେତ ୫ ମାଓବାଦୀଙ୍କ ଶବ କୁ ନେଇ ବିବାଦ । ଏ ଯାଏଁ ଶବ ହସ୍ତାନ୍ତର କରିନାହିଁ ନାରାୟଣପୁର ପୁଲିସ । ଶବ ପାଇଁ ନାରାଣପୁର ରେ ଡେରା ପକାଇଛନ୍ତି ପରିଜନ ଶବ ହସ୍ତାନ୍ତର ଲାଗି ଆନ୍ଧ୍ର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଶବ ହସ୍ତାନ୍ତର କରା ଯାଉ ନଥିବା ସୁଚନା ।
ସୂଚନା ଅନୁଯାୟୀ ମାଓ ମୁଖିଆ ବାସବରାଜୁ ଏନକାଉଣ୍ଟର ଘଟଣା । ଛତିଶଗଡ଼ର ନାରାୟଣପୁର ଅବୁଝମାଡ଼ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରର ଅନେକ ରୋଚକ ତଥ୍ୟ ମଧ୍ୟ ମିଳିଥିଲା । ମାଓ ମୁଖିଆ ବାସବରାଜୁ ଯେଉଁ ସ୍ଥାନରେ ଆତ୍ମଗୋପନ କରିଥିଲା ତାହାର ପକ୍କା ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳକୁ ଘେରିଥିଲେ ଯବାନ । ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
ଘଟଣାସ୍ଥଳରୁ ଏକେ-୪୭ ସହ ଏସଏଲଆର, ଇନସାସ ସମେତ ଅନେକ ବନ୍ଧୁକ ଓ ବିସ୍ଫୋରକ ମିଳିଥିଲା । ତେବେ ଏହି ଅପରେସନ୍ ଅତ୍ୟନ୍ତ ଜଟିଳ ଏବଂ କଷ୍ଟକର ରହିଥିଲା । କାରଣ ପିଏଲଜିଏ ପ୍ଲାଟୁନ୍ ନମ୍ବର ୭ର ୪୦ଜଣ ନକ୍ସଲ ଲଗାତାର ବାସବରାଜୁକୁ ସୁରକ୍ଷା ଦେଉଥିଲେ ।
ମାସେ ହେଲା ପୁଲିସ ପିଛା କରିଥିବାରୁ ଅବୁଝମାଡ଼ ଜଙ୍ଗଲରେ ହିଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ସହ ଗୋଟିଏ ସ୍ଥାନରେ କିଛି ଘଣ୍ଟା ପାଇଁ ବାସବରାଜୁ ରହୁଥିଲା । ତେବେ ପୁରୁଣା ଅଙ୍ଗରକ୍ଷକ ଆତ୍ମସମର୍ପଣ କରିବା ପରେ ବାସବରାଜୁ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଥିଲା ।
ଏପରିକି ବାସବରାଜୁ କେଉଁ ଅଞ୍ଚଳରେ ବୁଲୁଛି ତାହାର ସୂଚନା ମଧ୍ୟ ପୁରୁଣା ଅଙ୍ଗରକ୍ଷକ ହିଁ ଦେଇଥିଲା । ଯାହାଫଳରେ ଜଙ୍ଗଲ ଭିତରେ ରହିଥିବା ବୋଟେର ଏବଂ ଜାଟଲୁର ଗାଁ ମଧ୍ୟରେ ବାସବରାଜୁକୁ ଏନକାଉଣ୍ଟର କରାଯାଇଥିଲା । ବାସବରାଜୁର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟକା । ସଂଗଠନର ସବୁଠାରୁ ବଡ଼ ପିଏଲଜିଏ ଟିମ୍ ବାସବରାଜୁ ଗଠନ କରିଥିଲା ।