କନକ ବ୍ୟୁରୋ : ଦୁର୍ଘଟଣା ପରେ ଆଖି ବୁଜିଲେ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା ଗାଁର ରାଜେନ୍ଦ୍ର । ଆଉ ମୃତ ପୁଅର ଆଖିଦାନ କରି ସମାଜ ପାଇଁ ଉଦାହରଣ ପାଲଟିଯାଇଛନ୍ତି ପରିବାର ଲୋକ । ଅଙ୍ଗଦାନ ମହାପୂଣ୍ୟ । ଏମିତି ପୂଣ୍ୟ କାମ କରି ଅମର ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଡୁମାକୁମ୍ପା ଗାଁର ରାଜେନ୍ଦ୍ର । ଦୁର୍ଘଟଣାରେ ଜୀବନ ଚାଲିଯିବା ପରେ ପୁଅର ଆଖି ଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଏବେ ରାଜେନ୍ଦ୍ରଙ୍କ ଆଖିରେ ଦୁନିଆ ଦେଖିବେ ଆଉ ଜଣେ ।
ଡୁମାକମ୍ପା ଗାଁର ପ୍ରସନ୍ନ ପାତ୍ରଙ୍କ ପୁଅ ରାଜେନ୍ଦ୍ର । ସାବିତ୍ରୀ ଦିନ ସାଙ୍ଗଙ୍କ ସହ ବେଲଗୁଣ୍ଠା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ରାଜେନ୍ଦ୍ର । ସେହି ଦୁର୍ଘଟଣା, ବାପା-ମାଆଙ୍କ ଠାରୁ ପୁଅକୁ ସବୁଦିନ ପାଇଁ ଦୂରେଇ ଦେଇଛି । ୧୮ ବର୍ଷର ପୁଅ ଆରପାରିକୁ ଚାଲିଯିବା ପରେ ତାକୁ ଅମର କରିବା ଉଦେଶ୍ୟରେ ଅଙ୍ଗଦାନ କରିବାକୁ ମନସ୍ଥ କରିଥିଲେ ପରିବାର ଲୋକେ । ଭଞ୍ଜନଗର ଅଞ୍ଚଳରେ ଏହି ଘଟଣାକୁ ମିଶାଇ ୪ରୁ ୫ ଜଣ ବ୍ୟକ୍ତି ମୃତ ପରେ ଅଙ୍ଗ ଦାନ କରି ଅମର ହୋଇଛନ୍ତି । ସୁରଜ ସେଠୀଙ୍କ ଏହି କାହାଣୀ ସାରା ରାଜ୍ୟରେ ଚର୍ଚ୍ଚା ସାଉଁଟିଥିଲା ।