କନକ ବ୍ୟୁରୋ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏବେ ଗଙ୍ଗା- ଯମୁନା ରୌଦ୍ର ରୂପ ଧାରଣ କରିଛି  । ଫଳରେ ପୂରା ଅଞ୍ଚଳରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି । ଘରଦ୍ବାର ସବୁ ପାଣିରେ ବୁଡ଼ିଛି । ଫଳରେ ହଜାର ହଜାର ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି । 

Advertisment

ଉତ୍ତରପ୍ରଦେଶ ସହ ଉତ୍ତରପ୍ରଦେଶରେ ଏବେ ବର୍ଷା ଦାଉ ସାଜୁଛି । ଫଳରେ ଉତ୍ତରପ୍ରଦେଶର ସବୁ ନଦୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ବନ୍ୟାରେ ପ୍ରୟାଗରାଜର ତରାଇ ଅଞ୍ଚଳ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ଲଗାତାର ଲୋକଙ୍କୁ ଉଦ୍ଧାର କରାଯାଉଛି । କିଛି ଲୋକ ବନ୍ୟାର ଭୟାବହତାକୁ ମୋବାଇଲରେ କଏଦ କରୁ କରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । 

ଚାରିଆଡ଼େ ବନ୍ୟା ପାଣି । ଏମିତି ପାଣି ଯେ ବେକ ପାଖକୁ ଲାଗିଛି । ତା ଭିତରେ ନିଜ ନବଜାତ ପୁତ୍ରକୁ ନେଇ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଦମ୍ପତି । କୁନି ପୁଅକୁ ସୁରକ୍ଷିତ ରଖିବାକୁ ବାପା ତାକୁ ହାତରେ ଉପରକୁ ଟେକି ଧରିଛନ୍ତି । ଯେମିତି ସତକୁ ସତ ବାହୁବଳୀ ଦୃଶ୍ୟ ଆଖି ଆଗରେ ଘଟୁଛି । ବାପା, ମାଆ ନିଜ ପୁଅକୁ ଧରି ପାଣି ଭିତରେ ଯାଉ ଯାଉ ଦୂରରେ ଜଣେ ବ୍ୟକ୍ତି ଡଙ୍ଗା ଆଣି ଉଦ୍ଧାର କରିବାକୁ ଆସୁଥିବା ଦେଖିବାକୁ ମିଳୁଛି । ସମସ୍ତେ କହୁଛନ୍ତି  କୁନି ପୁଅ ପାଇଁ ବାପା ସାଜିଛନ୍ତି ବାହୁବଳୀ ।  ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ତ୍ରୀ ନନ୍ଦ ଗୋପଳ ଗୁପ୍ତା ସେହି ଅଞ୍ଚଳକୁ ଯାଇ ସମୀକ୍ଷା ସ୍ଥିତି ପରଖିଛନ୍ତି ।