କନକବ୍ୟୁରୋ: ପୁଣି ଆସିଲା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ। ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳର ୧୭ ବର୍ଷର କିଶୋରକୁ କ୍ରିକେଟ୍ ବ୍ୟାଟ୍ରେ ପିଟି ପିଟି ହତ୍ୟା ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ। ଘଟଣାରେ ଖଣ୍ଡଗିରି ଥାନା ପୋଲିସ ହତ୍ୟା ଉଦ୍ୟମ ଦଫାରେ ଏକ ମାମଲା ରୁଜୁ କରିବା ସହ ଗତ ଜୁଲାଇ ୧୦ ତାରିଖରେ ୨ ଜଣଙ୍କୁ ଗିରଫ କରିଥିଲା ।
ହେଲେ ଏହାରି ଭିତରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲା ଓ ଯେଉଁଥିପାଇଁ ଅନ୍ୟ ଅଭିଯୁକ୍ତ ମାନେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଯାଇଥିଲେ ଓ ତେବେ ମୃତ ଯୁବକଙ୍କ ଘର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ଜାଣିଶୁଣି ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ନକରି ଆଗୁଆ ଜାମିନ ଯିବା ପାଇଁ ସୁଯୋଗ ଦେଇଥିବା ଅଭିଯୋଗ ହୋଇଛି। ଏପଟେ ପୋଲିସ ହତ୍ୟା ମାମଲା ରୁଜୁ କରିଥିବା କହିଠି। ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କୁ ଲେଖା ଯିବ ବୋଲି ପୋଲିସ କହିଛି।
୮୬ ଦିନ ତଳେ ପ୍ରକାଶ କୁମାର ସାହୁ ନାମ ୧୭ ବର୍ଷୀୟ କିଶୋରକୁ ଏକ ଗୋଷ୍ଠୀ କ୍ରିକେଟ୍ ବ୍ୟାଟ୍ ରେ ବାଡେଇ ବାଡେଇ ଦରମରା କରିଥିଲେ। ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।