ପାରିବାରିକ କଳହର କରୁଣ ପରିଣତି, ବଡ଼ଭାଇ ଆକ୍ରମଣରେ ସାନଭାଇର ମୃତ୍ୟୁ

ଗଂଜାମ ତାରାସିଙ୍ଗ ଥାନା ବ୍ରାହ୍ମଣ ପଦର ଗାଁରେ ଅଭାବନୀୟ ଘଟଣା । ଅଭିଯୁକ୍ତକୁ ଅଟକ ରଖି ପୁଲିସର ଜେରା ।

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ Photograph: (kanakNews)

କନକ ବ୍ୟୁରୋ: ପାରିବାରିକ କଳହର କରୁଣ ପରିଣତି । ବଡ଼ଭାଇର କାଠ ଫାଳିଆ ମାଡ଼ରେ ସାନଭାଇର ମୃତ୍ୟୁ । ଗଂଜାମ ଜିଲ୍ଲା ତାରାସିଙ୍ଗ ଥାନା ବ୍ରାହ୍ମଣ ପଦର ଗାଁରେ ଅଭାବନୀୟ ଘଟଣା । ଗାଁର ବାଂଛା ଗୌଡ଼ଙ୍କ ବଡ଼ ପୁଅ ଶଙ୍କର ଓ ସାନ ପୁଅ ବଳରାମଙ୍କ ମଧ୍ୟରେ ଦୀର୍ଘଦିନ ହେବ କଳହ ଲାଗି ରହିଥିଲା । ବଳରାମ ଭଂଜନଗରରେ ରହି ରଙ୍ଗ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । 

ଅନ୍ୟ ଜାତିରେ ବିବାହ କରିଥିବାରୁ ସେ ଗାଁ ଠାରୁ ବାହାରେ ରହୁଥିଲେ । ରବିବାର ଗାଁକୁ ଆସିଥିବା ବେଳେ ରାତ୍ରରେ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ପାରିବାରିକ ଘଟଣାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ପରେ ବଡ଼ଭାଇ ଶଙ୍କରର କାଠ ଫାଳିଆ ମାଡ଼ରେ ସାନ ଭାଇ ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏନେଇ ତାରାସିଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାଂଛା ଗୌଡ଼ । ଅଭିଯୋଗ ଆଧାରରେ ଶଙ୍କରକୁ ପୁଲିସ ଅଟକ ରଖିଛି । ଆକ୍ରମଣରେ ବ୍ୟବହାର ହୋଇଥିବା କାଠ ଫାଳିଆକୁ ମଧ୍ୟ ପୁଲିସ ଜବତ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe