ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲା ସ୍ୱାମୀ

ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଦୌଡ଼ି ପଳାଇଥିବା ଜଣାପଡ଼ିଛି । ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

13

Photograph: (kanak news)

କନକ ବ୍ୟୁରୋ: ସ୍ତ୍ରୀକୁ କୁରାଢ଼ୀରେ ହାଣି ହତ୍ୟା କଲେ ଏବିଡିଓ। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗାଁରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହରୁ ସ୍ୱାମୀ ଦେବୀପ୍ରସାଦ ସ୍ତ୍ରୀ ସୁଦେଷ୍ଣାଙ୍କୁ କୁରାଢ଼ିରେ ହାଣି ହତ୍ୟା କରି ଦୌଡ଼ି ପଳାଇଥିବା ଜଣାପଡ଼ିଛି । ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବୀପ୍ରସାଦ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡିଓ ଅଛନ୍ତି । ତେବେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି ଏବିଡିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe