କୋମଳ କାନ୍ଧରେ ପରିବାର ବୋଝ , ଅଧା ରହିଗଲା ପାଠ ପଢ଼ିବାର ସ୍ୱପ୍ନ

Advertisment

ଆଖିରେ ସ୍ୱପ୍ନ ଥିଲା ମାଟ୍ରିକ ପାସ୍ କରିବାର, କିନ୍ତୁ ପେଟର ଭୋକ ଆଗରେ ସେ ସବୁ ଆଜି ଫିକା ପଡ଼ିଯାଇଛି। ଏହା କୌଣସି ସିନେମାର କାହାଣୀ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଲୁହୁରାଢିପା ଅଞ୍ଚଳରୁ ଆସିଥିବା ଏକ ଅତି କରୁଣ ଚିତ୍ର ।

ଆଖିରେ ସ୍ୱପ୍ନ ଥିଲା ମାଟ୍ରିକ ପାସ୍ କରିବାର, କିନ୍ତୁ ପେଟର ଭୋକ ଆଗରେ ସେ ସବୁ ଆଜି ଫିକା ପଡ଼ିଯାଇଛି। ଏହା କୌଣସି ସିନେମାର କାହାଣୀ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଲୁହୁରାଢିପା ଅଞ୍ଚଳରୁ ଆସିଥିବା ଏକ ଅତି କରୁଣ ଚିତ୍ର ।

Dharmasala

Dharmasala Photograph: (kanak news)

କନକ ବ୍ୟୁରୋ : ହାତରେ କଲମ ଧରି ଭବିଷ୍ୟତ ଗଢ଼ିବା ବୟସରେ, ସେ ଆଜି ହାତରେ ଧରିଛି ଦୁଃଖର ବୋଝ। କାନ୍ଧରେ ସ୍କୁଲ୍ ବ୍ୟାଗ୍ ବଦଳରେ ରହିଛି ଦାଦନ ଖଟିବାକୁ ଯିବାର ପୁଟୁଳି। ଆଖିରେ ସ୍ୱପ୍ନ ଥିଲା ମାଟ୍ରିକ ପାସ୍ କରିବାର, କିନ୍ତୁ ପେଟର ଭୋକ ଆଗରେ ସେ ସବୁ ଆଜି ଫିକା ପଡ଼ିଯାଇଛି। ଏହା କୌଣସି ସିନେମାର କାହାଣୀ ନୁହେଁ, ବରଂ ସୁନ୍ଦରଗଡ଼ ସହରର ଲୁହୁରାଢିପା ଅଞ୍ଚଳରୁ ଆସିଥିବା ଏକ ଅତି କରୁଣ ଚିତ୍ର । ଉତ୍ତମ ରୋହିଦାସ , ସୁନ୍ଦରଗଡ଼ ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ର। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଥିଲେ, ଆଡମିଟ୍ କାର୍ଡ ମଧ୍ୟ ଆସିଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ଯେଉଁ ସମୟରେ ତାଙ୍କ ସାଙ୍ଗମାନେ ପରୀକ୍ଷା ହଲ୍‌ରେ ପ୍ରଶ୍ନପତ୍ରର ସମାଧାନ କରୁଛନ୍ତି, ସେହି ସମୟରେ ଉତ୍ତମ ଗୋଆ ଅଭିମୁଖେ ବାହାରିଛନ୍ତି ଦାଦନ ଖଟିବାକୁ । 

ଦୁଇ ବର୍ଷ ପୂର୍ବେ ବାପା ଆରପାରିକୁ ଚାଲିଗଲେ। ଘରେ ମା’ ଆଉ ସାନ ଭାଇ। ମୁଣ୍ଡ ଉପରେ ଋଣର ଭାର ଆଉ ପେଟର ଜ୍ୱାଳା। ଘରର ବଡ଼ ପୁଅ ହୋଇଥିବାରୁ ପାଠପଢ଼ାକୁ ପଛରେ ପକାଇ ପରିବାର ପ୍ରତିପୋଷଣର ଦାୟିତ୍ୱ ଆଜି ତାଙ୍କ କୋମଳ କାନ୍ଧ ଉପରେ। ଗୋଆର ଗଭୀର ସମୁଦ୍ରରେ ମାଛ ମାରି ଯାହା ଦୁଇ ପଇସା ପାଇବେ, ସେଥିରେ ଚଳିବ ତାଙ୍କ ଘର। ସୂଚନା ଅନୁସାରେ, ଧର୍ମଶାଳା ଉଚ୍ଚ ବିଦ୍ୟାଳୟରୁ ୩୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିଥିବା ବେଳେ ୩୩ ଜଣ ପରୀକ୍ଷା ଦେଇଛନ୍ତି। କେବଳ ଉତ୍ତମଙ୍କ ସିଟ୍‌ଟି ଆଜି ଖାଲି ପଡ଼ିଛି। ଶିକ୍ଷା ବ୍ୟବସ୍ଥା ଆଉ ସରକାରୀ ଯୋଜନାକୁ ଏହି ଘଟଣା ଆଜି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ---ଜବତ ହୋଇଛି ୧୫ କ୍ଵିଣ୍ଟାଲ ୭୩ କିଲୋଗ୍ରାମ ଗଞ୍ଜେଇ, କିଏ ଏହି ଗଞ୍ଜେଇ ରାକେଟର ମାଷ୍ଟର ମାଇଣ୍ଡ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe