କନକ ବ୍ୟୁରୋ: ଆସିକା ବାଲିଛାଇ ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଘଟଣା। ଦୀର୍ଘ ୨୫ ବର୍ଷ ପରେ ଗାଁକୁ ଫେରିଲେ ବିତାଡ଼ିତ ଅସବର୍ଣ୍ଣ ପରିବାର । ଆସିକା ବ୍ଲକ ବାଲିଛାଇ ଗାଁରେ ଲାଗି ରହିଛି ସବର୍ଣ୍ଣ ଓ ଅସବର୍ଣ୍ଣ ପରିବାରଙ୍କ ବିବାଦ । ୨୫ ବର୍ଷ ଧରି ଅସବର୍ଣ୍ଣ ପରିବାର ନିଜ ଭିଟା ମାଟିରୁ ବିତାଡ଼ିତ ହୋଇ ବିଭିନ୍ନ ସ୍ଥାନରେ ରହି ଆସୁଥିଲେ । ସେମାନଙ୍କୁ ପୁଣି ଗାଁକୁ ଫେରାଇ ଆଣିବା ପାଇଁ ପ୍ରଶାସନ ଗତ ଫେବୃଆରୀ ମାସରେ ଚେଷ୍ଟା କରି ବିଫଳ ହୋଇଥିଲା ।
ବିତାଡିତଙ୍କ ଜାଗା ଚିହ୍ନଟ ପାଇଁ ପ୍ରଶାସନ ବାଲିଛାଇ ଯାଇଥିବା ବେଳେ ଗାଁର ସବର୍ଣ୍ଣ ଲୋକେ ପ୍ରବଳ ପ୍ରତିବାଦ କରିବାରୁ ନିରାଶ ହୋଇ ଫେରିଥିଲା ପ୍ରଶାସନ। ଆଜି ପୁଣି ଗାଁକୁ ଯାଇ ଅସବର୍ଣ୍ଣଙ୍କ ଜାଗା ଚିହ୍ନଟ କରିବାରେ ସଫଳ ହୋଇଛି ପ୍ରଶାସନ । ୨୫ ବର୍ଷ ପରେ ଆଜି ଗାଁରେ ପାଦ ଦେଇଛନ୍ତି ଗାଁରୁ ବିତାଡ଼ିତ ଅସବର୍ଣ୍ଣ ପରିବାର । ଆସିକା ତହସିଲଦାର, ବିଡ଼ିଓ ଏବଂ ଆସ୍କା ଏସ୍ଡିପିଓଙ୍କ ସହ ଆସିକା ଥାନା ଅଧିକାରୀଙ୍କ ଉପସ୍ଥିତିରେ ଗାଁରେ ଡିମାର୍କେସନ୍ ବା ଜାଗା ଚିହ୍ନଟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/07/4awOFgpFrC3oWoqLGLst.jpg)