ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ରାସ୍ତା ଅବରୋଧ; ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ପରିବାର ଓ ସାହି ବାସିନ୍ଦା

Advertisment

ଗତକାଲି ଅପରାହ୍ନରେ ସହରର ଅଗ୍ନିଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୫ ବର୍ଷୀୟ ଯୁବକ ରୋହିତ ଥାପ୍ପାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା ।

ଗତକାଲି ଅପରାହ୍ନରେ ସହରର ଅଗ୍ନିଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୫ ବର୍ଷୀୟ ଯୁବକ ରୋହିତ ଥାପ୍ପାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା ।

Rayagada Crime

Photograph: (Kanak News)

କନକ ବ୍ୟୁରୋ : ରାୟଗଡ଼ା ସହରର ହରିଜନ ବସ୍ତିରେ ରୋହିତ ଥାପ୍ପାଙ୍କ ହତ୍ୟାକାଣ୍ଡକୁ ନେଇ ଥାନା ଘେରାଉ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଟାଉନ୍ ଥାନା ଘେରାଉ କରାଯାଇଛି । ମୃତକଙ୍କ ପରିବାର ଲୋକ ଓ ସାହି ବାସିନ୍ଦା ଥାନା ଘେରାଉ କରିଛନ୍ତି । ରାୟଗଡ଼ାରୁ ଆନ୍ଧ୍ର ଅଭିମୁଖେ ଯିବା ରାସ୍ତା ବନ୍ଦ କରିଛନ୍ତି । ରାସ୍ତା ଅବରୋଧ ଫଳରେ ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି ।

ଗତକାଲି ଅପରାହ୍ନରେ ସହରର ଅଗ୍ନିଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୫ ବର୍ଷୀୟ ଯୁବକ ରୋହିତ ଥାପ୍ପାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା । ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ପରେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ହତ୍ୟାକାରୀ ଧରା ପଡିନାହାନ୍ତି । ଅନ୍ୟପଟେ ହତ୍ୟାକାଣ୍ଡକୁ ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe