କନକ ବ୍ୟୁରୋ : ରାୟଗଡ଼ା ସହରର ହରିଜନ ବସ୍ତିରେ ରୋହିତ ଥାପ୍ପାଙ୍କ ହତ୍ୟାକାଣ୍ଡକୁ ନେଇ ଥାନା ଘେରାଉ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଟାଉନ୍ ଥାନା ଘେରାଉ କରାଯାଇଛି । ମୃତକଙ୍କ ପରିବାର ଲୋକ ଓ ସାହି ବାସିନ୍ଦା ଥାନା ଘେରାଉ କରିଛନ୍ତି । ରାୟଗଡ଼ାରୁ ଆନ୍ଧ୍ର ଅଭିମୁଖେ ଯିବା ରାସ୍ତା ବନ୍ଦ କରିଛନ୍ତି । ରାସ୍ତା ଅବରୋଧ ଫଳରେ ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାନବାହନ ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି ।
ଗତକାଲି ଅପରାହ୍ନରେ ସହରର ଅଗ୍ନିଶମ ବିଭାଗ ପଛପଟ ପଡିଆରେ ଖେଳୁଥିବା ବେଳେ ହରିଜନ ବସ୍ତିର ୨୫ ବର୍ଷୀୟ ଯୁବକ ରୋହିତ ଥାପ୍ପାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା । ପୂର୍ବ ଶତ୍ରୃତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିଲା । ଟାଉନ୍ ଥାନାରେ ପରିବାର ପକ୍ଷରୁ ଏତଲା ପରେ ପୁଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ହତ୍ୟାକାରୀ ଧରା ପଡିନାହାନ୍ତି । ଅନ୍ୟପଟେ ହତ୍ୟାକାଣ୍ଡକୁ ୧୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଶବ ବ୍ୟବଚ୍ଛେଦ ହୋଇନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/28/rayagada-crime-2025-08-28-13-39-52.jpg)