କନକ ବ୍ୟୁରୋ : ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ । ଏଇ କଥା ଆମେ ଜାଣିଛେ। ହେଲେ ଏଠି ଜଳ ବିନା ଲୋକ ହନ୍ତସନ୍ତ ହେଉଛନ୍ତି । ବ୍ୟବସ୍ଥା ଅଛି ହେଲେ ଜଳ ନଥିବାରୁ କାହାର ସଂସାର ଭାଙ୍ଗି ଯାଉଛି ତ’ ଆଉ କାହାର ସଂସାର ଗଢ଼ିବା ଆଗରୁ ଭାଙ୍ଗିଯାଉଛି । ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ତୁଳଶିୱାଲସା ଗାଁ। ଗାଁରେ ପାନୀୟ ଜଳ ପାଇଁ ବିଭିନ୍ନ ବ୍ୟବସ୍ଥା, ହେଲେ ପାଣିର ଦେଖା ନାହିଁ। ପ୍ରତିଦିନ ଗାଁ ଠାରୁ ଦୀର୍ଘ ୧ କିଲୋମିଟର ଚାଲିଚାଲି ନଦୀରୁ ପାଣି ବୋହି ଘରକୁ ଆଣୁଛନ୍ତି ମହିଳା। ପାଣି ସମସ୍ୟା ପାଇଁ ଗାଁରେ ଯୁବକଙ୍କୁ ଝିଅ ଦେବାକୁ ଲୋକ ଅରାଜି ହେଉଛନ୍ତି। ଅନେକ ନବ ବିବାହିତ ଝିଅ ଅତିଷ୍ଠ ହୋଇ ନିଜ ବାପଘରକୁ ଚାଲିଯାଇଛନ୍ତି । ଗଲା ବେଳେ ପାଣିର ବ୍ୟବସ୍ଥା କଲେ ଫେରିବେ ବୋଲି ଶାଶୁଘରେ ଜଣାଇ ଦେଇଛନ୍ତି। ଏନେଇ ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ହୋଇଛି, ହେଲେ ସମସ୍ତେ ଚୁପ୍।
ଅଧିକ ପଢ଼ନ୍ତୁ : ରାୟଗଡା ପରେ କୋରାପୁଟରେ କଙ୍ଗାରୁ କୋର୍ଟ : ପ୍ରେମ କରିବାରୁ ଗାଁ ଦାଣ୍ତରେ ବଳଦ ଦଣ୍ତ
ରାୟଗଡା ସଦର ବ୍ଳକ କେରେଡ଼ା ପଞ୍ଚାୟତର ତୁଳଶିୱାଲଶା ଗାଁରେ ୩୭ଟି ପରିବାର ବସବାସ କରୁଛନ୍ତି। ଗାଁରେ ଗୋଟିଏ ସୋଲାର ଟ୍ୟାଙ୍କ, ନୂତନ ପାଣି ଟାଙ୍କି ସହ ୩ଟି ନଳକୂପ ରହିଛି । ହେଲେ ଦୀର୍ଘ ଦିନ ଧରି ସୋଲାରରୁ ପାଣି ବାହାରୁନି । ପାଣି ଟାଙ୍କି ନିର୍ମାଣକୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ହୋଇନଥିବାରୁ ଟାଙ୍କି ଉଦଘାଟନ ହୋଇପାରୁନି । ୩ଟି ନଳକୂପରୁ ୨ଟି ଅଚଳ ହୋଇପଡ଼ିଛି, ବାକି ଗୋଟିଏରୁ ଆବଶ୍ୟକ ପରିମାଣର ପାଣି ବାହାରୁନି। ଯେଉଁଥିପାଇଁ ସ୍ଥାନୀୟ ଲୋକେ ପାଣି ପାଇଁ ୧ କିମି ଦୂର ନଦୀ ଉପରେ ନିର୍ଭର କରୁଛନ୍ତି। ଶୀତ ଦିନେ ଏଇ ଅବସ୍ଥା, ଖରା ଦିନେ ଅବସ୍ଥା କ’ଣ ହେବ ଟିକେ ଚିନ୍ତା କରନ୍ତୁ। ତୁରନ୍ତ ଗାଁରେ ଟାଙ୍କିକୁ କାର୍ୟ୍ୟକ୍ଷମ କରାଯାଇ କେମିତି ଘରେ ଘରେ ପାଣି ପହଞ୍ଚିବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/fdfsd-2026-01-22-18-38-17.jpg)