କନକ ବ୍ୟୁରୋ: ଜେଲରୁ ବାହାରିଲେ ରାଜ୍ୟ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ଉଦିତ ପ୍ରଧାନ । ଜଣେ ଛାତ୍ରୀଙ୍କୁ କୋଲ୍ଡଡ୍ରିଙ୍କ୍ସ୍ରେ ନିଶା ଦ୍ରବ୍ୟ ଦେଇ ଏକ ହୋଟେଲରେ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗରେ ବନ୍ଧା ହୋଇଥିଲେ ଉଦିତ । ଏନେଇ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ FIR ଦେଇଥିଲେ । ଏତଲା ମୁତାବକ, ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ତାଙ୍କୁ ଥଣ୍ଡା ପାନୀୟରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ତାଙ୍କ ସହ ଏକ ହୋଟେଲ ରୁମ୍ରେ ଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା । ଆଜି ସେ ଜେଲ୍ରୁ ବାହାରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ଉଦିତ ପ୍ରଧାନ ଜେଲ୍ରୁ ବାହରିବା ପରେ ଉଦିତ ପ୍ରଧାନ କହିଲେ ବିନା କୌଣସି ପ୍ରମାଣରେ ମୋତେ ଜେଲ୍ ପଠାଇଥିଲେ । ଯେଉଁମାନେ ମୋତେ ଚକ୍ରାନ୍ତ ଫସାଇଛନ୍ତି ସେମାନେ ଦଣ୍ଡ ପାଇବେ । ବାଲେଶ୍ୱର ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ଆନ୍ଦୋଳନ କଲୁ ବୋଲି ଜେଲ୍ ଗଲୁ ବୋଲି କହିଛନ୍ତି ଉଦିତ ପ୍ରଧାନ ।
ଅଭିଯୁକ୍ତ ଉଦିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ଆଧାରରେ ୫ଟି ଗମ୍ଭୀର ଦଫା ଲାଗିଛି ।
ଦଫାଗୁଡିକ ହେଲା:-
୧ - ଦଫା ୬୪(୧) – ବଳପୂର୍ବକ ସମ୍ମତି ନେବା
୨- ଦଫା ୧୨୩ – ଦୁଷ୍କର୍ମ
୩- ଦଫା ୨୯୬ – ନିଶା ଦ୍ରବ୍ୟ ପ୍ରୟୋଗ କରି ଦୁଷ୍କର୍ମ କରିବା
୪- ଦଫା ୭୪ – ଅପରାଧ ଲୁଚାଇବା କିମ୍ବା ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବା
୫- ଦଫା ୩୫୧(୨) – ମହିଳା ହିଂସା ଏବଂ ଅମାନବିକ ଅପରାଧ
ସେହି ସମୟରେ ଛାତ୍ର କଂଗ୍ରେସ ସଭାପତିଙ୍କ ନାଁରେ ଆସିଥିବା ଦୁଷ୍କର୍ମ ମାମଲା ଖୋଦ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଥିଲା । ବାଧ୍ୟ ହୋଇ ଉଦିତଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ କରିଥିଲା ପ୍ରଦେଶ କଂଗ୍ରେସ ।
Follow Us