ଖୋଲୁଛି କଳକୀ ବାବାଙ୍କ ଗୁମର । ଗୁଣ ଗାନ ପାଇଁ ଅନୁଗାମୀଙ୍କୁ ବଣ୍ଟାହେଉଥିଲା ବହି । ବିଷ୍ଣୁଙ୍କ ଅବତାର କହି କରାଯାଉଥିଲା ପ୍ରଚାର

Advertisment

ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍‌କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା ।

ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍‌କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା ।

22222ୱ

କନକ ବ୍ୟୁରୋ : ଖୋଲୁଛି କଳକୀ ବାବାଙ୍କ ଭାଣ୍ଡାମୀର ଗୁମର। ସାମ୍ନାକୁ ଆସୁଛି ଭଣ୍ଡ କଳ୍‌କୀ ବାବାଙ୍କୁ ନେଇ ନୂଆ ନୂଆ ତଥ୍ୟ । କୁନି ବାବାଙ୍କୁ ବିଷ୍ଣୁ ଅବତାର ଭାବେ ସଜାଯାଇଥିଲା । ବିଷ୍ଣୁଙ୍କ ଫଟୋ ସହ କୁନି ବାବାଙ୍କ ଫଟୋ ରଖାଯାଇ, ବହି କରି ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା । ସେହି ବହି ଏବେ ସାମ୍ନାକୁ ଆସୁଛି । ବାବାଙ୍କ ଗୁଣ ଗାନ ପାଇଁ ଛପାଯାଇଥିଲା ଏଭଳି ବହି । ମିଛ ବହି କରି ବିଷ୍ଣୁଙ୍କ ଅବତାର କହି ପ୍ରଚାର କରାଯାଉଥିଲା । ଭକ୍ତ କ୍ରିଷ୍ଣା ବହିରେ କୁନି ବାବାଙ୍କ ଗୁଣଗାନ କରିଛନ୍ତି । 

ବହିରେ ଲେଖା ଯାଇଛି, ବାବା ମାତ୍ର ୩ ବର୍ଷ ବୟସରେ ବୋଲେରୋ ଗାଡ଼ି ଚଳାଉଥିଲେ କୁନି ବାବା । ୪୦ ରୁ ୫୦ କିଲୋମିଟର ବେଗରେ ବୋଲେରୋ ଗାଡ଼ି ଚଳାଇଥିବା ବହିରେ ଲେଖିଛନ୍ତି ବାବାଙ୍କ ଭକ୍ତ କ୍ରିଷ୍ଣା । ଅଙ୍କା ବଙ୍କା ରାସ୍ତାରେ ବି ନିର୍ଭୁଲ ଭାବେ ଗାଡ଼ି ଚାଳନା କରିଥିବା ଭଣ୍ଡ ବାବା କଳକୀଙ୍କ ବହିରେ ଲେଖାଯାଇଛି । ଅନୁଭୂତିରେ ଭଗବାନ- ଶ୍ରୀ ଶ୍ରୀ ସତ୍ୟଅନନ୍ତ ନାଁରେ ବହିଟି ଛପାଯାଇ ଅନୁଗାମୀଙ୍କୁ ବଣ୍ଟା ଯାଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe