ୱେବସାଇଟରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ମିଛ ତଥ୍ୟ : ସିଂହଦ୍ଵାର ଥାନାରେ ଏତଲା ଦେଲା ଶ୍ରୀମନ୍ଦିର ପ୍ରଶାସନ

ୱେବସାଇଟ ରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଫେକ ତଥ୍ୟ ।ସିଂହଦ୍ଵାର ଥାନାରେ ଏତଲା ହୋଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ସ୍ଵତନ୍ତ୍ର  ଦର୍ଶନ ପାଇଁ ଦେୟ ରହିଥିବା ନେଇ ଇଣ୍ଡିଆ  ଥ୍ରିଲ୍ସ ନାମକ ୱେବସାଇଟ ରେ ରହିଛି ଫେକ ତଥ୍ୟ

02

Photograph: (KANAKNEWS)

କନକବ୍ୟୁରୋ : ୱେବସାଇଟ ରେ ଶ୍ରୀମନ୍ଦିର ଦର୍ଶନକୁ ନେଇ ଫେକ ତଥ୍ୟ ।ସିଂହଦ୍ଵାର ଥାନାରେ ଏତଲା ହୋଇଛି ଶ୍ରୀମନ୍ଦିର ପ୍ରଶାସନ ।  ଶ୍ରୀମନ୍ଦିରରେ ସ୍ଵତନ୍ତ୍ର  ଦର୍ଶନ ପାଇଁ ଦେୟ ରହିଥିବା ନେଇ ଇଣ୍ଡିଆ  ଥ୍ରିଲ୍ସ ନାମକ ୱେବସାଇଟ ରେ ରହିଛି ଫେକ ତଥ୍ୟ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏତଲା ଦେଇଛନ୍ତି  ।

ଶ୍ରୀମନ୍ଦିରରେ ଦର୍ଶନ ପାଇଁ କୌଣସି ଦେୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ।ୱେବସାଇଟ ରେ ଫେକ ତଥ୍ୟ ।ଶ୍ରୀମନ୍ଦିର ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ଦେୟ ବିଷୟରେ ତଥ୍ୟ ଦେଇଛି ଇଣ୍ଡିଆ ଥ୍ରିଲସ ୱେବସାଇଟ। ଦୋଷୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦେଇଛନ୍ତି ଏତଲା ।ତଦନ୍ତକାରୀ ଅଧିକାରୀ ଭାବରେ ଡେପୁଟି ଏସପି ସଂଘମିତ୍ରା ନାୟକ ଦାୟିତ୍ଵ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe