କନକବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ବଣୁଆ ହାତୀପଲଙ୍କ ଉତ୍ପାତ । ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ହାତୀ ପଲ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଆଜି ସକାଳୁ ସକାଳୁ ଲାଠିକଟା ଫରେଷ୍ଟ ରେଞ୍ଜ ଲହର୍ଡା ଅଞ୍ଚଳରେ ୨୨ ଟିକିଆ ହାତୀ ପଲ ରାସ୍ତା ପାରି ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହେଇଛି ।
ଏହି ଅଞ୍ଚଳରେ ହାତୀ ପଲ ଗତ କିଛି ଦିନରୁ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଦିନବେଳା କ୍ଷେତରେ ପଶି ଧାନ ଖାଇବା ସହ ଦଳି ଚକଟି ନଷ୍ଟ କରିଦେଉଛନ୍ତି । ବନ ବିଭାଗ ଓ ସ୍ଥାନୀୟ ଲୋକେ ହାତୀ ପଲକୁ ଘୋଡାଇବାକୁ ଚେଷ୍ଟା କଲେ ମଧ୍ୟ ହାତୀ ପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି । ଫଳରେ ସେହି ଅଞ୍ଚଳରେ ଲୋକ ଭୟଭୀତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/LlKKvtJaAG89Y1YxyzEQ.jpg)