କନକ ବ୍ୟୁରୋ: ବାଲେଶ୍ବରର ଫକୀର ମୋହନ କଲେଜ ପରିସରରେ ଅଘଟଣ । ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଲେଜର ଜନୈକ ଛାତ୍ରୀ । ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଛାତ୍ରୀ । ଏହି ଘଟଣାରେ ଛାତ୍ରୀଙ୍କ ୯୦ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ଛାତ୍ରୀ ; କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦେଇଥିଲେ ଧାରଣା
ବାଲେଶ୍ବରର ଫକୀର ମୋହନ କଲେଜ ପରିସରରେ ଅଘଟଣ । ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି କଲେଜର ଜନୈକ ଛାତ୍ରୀ ।
/kanak/media/media_files/2025/07/12/crime-2025-07-12-14-46-01.jpg)