ମାଟ୍ରିକ୍ ପରୀକ୍ଷା ଚାଲିଥିବାବେଳେ ଧରାପଡ଼ିଲା ନକଲି ଛାତ୍ର ।  ଅନ୍ୟଜଣଙ୍କ ପାଇଁ ପରୀକ୍ଷା ଦେଉଥିବା ପିଲା ଗିରଫ

ଗିରଫ ହୋଇଛି ନକଲି ପରୀକ୍ଷାର୍ଥୀ । ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ ।

Fake Student

Photograph: (Kanak News )

କନକ ବ୍ୟୁରୋ : ଗିରଫ ହୋଇଛି ନକଲି ପରୀକ୍ଷାର୍ଥୀ । ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ । ପରୀକ୍ଷା ଦେଉଥିବା ସମୟରେ ସୁପରିଟେଣ୍ଡଙ୍କ ଦ୍ଵାରା ଧରାପଡ଼ିଥିଲା ଛାତ୍ର ଜଣକ । ଏହାପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନିମାପଡ଼ା ପୋଲିସ । 

ପରୀକ୍ଷାର୍ଥୀ ଜଣକ ସାକ୍ଷୀଗୋପାଳ ଥାନା ଡ଼ାଙ୍କୁରା ଅଞ୍ଚଳର ରାଜା ଭୋଇ ବୋଲି ଜଣାପଡିଛି । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ପରୀକ୍ଷା ସମୟରେ ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଥାନାରେ ଜିମା ଦିଆଯାଇଥିବା ବେଳେ ପୋଲିସ୍ ରାଜାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ଜଣାପଡ଼ୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe