କନକ ବ୍ୟୁରୋ: ଦେଶର ୮ଟି ଝୋଟ ଗବେଷଣା କେନ୍ଦ୍ର ମଧ୍ୟରୁ କେନ୍ଦ୍ରାପଡ଼ା ଝୋଟ ଗବେଷଣା କେନ୍ଦ୍ର ଅନ୍ୟତମ । ୧୯୭୨ରେ କେନ୍ଦ୍ରାପଡ଼ାର ଜଜାଙ୍ଗଠାରେ ଓୟୁଏଟି ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଉଦ୍ଦେଶ୍ୟ ଥିଲା- ଝୋଟଚାଷ ଉପରେ ଗବେଷଣା କରି ନୂଆନୂଆ ନଳିତା ମଞ୍ଜି ଉତ୍ପାଦନ ଓ ଜ୍ଞାନକୌଶଳର ବିକାଶ । କିନ୍ତୁ ବିଭିନ୍ନ କାରଣରୁ ଗବେଷଣା ହୋଇପାରୁନାହିଁ । ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବରୁ ବ୍ୟାପକ ଭାବେ ଝୋଟଚାଷ ହେଉଥିଲେ ମଧ୍ୟ ଏବେ ଆଉ ସେଭଳି ଦେଖିବାକୁ ମିଳୁନାହିଁ । କୌଣସି ପ୍ରକାର ପ୍ରୋତ୍ସାହନ ମିଳୁ ନଥିବାରୁ ଚାଷୀ ଏଥିରୁ ମୁହଁ ଫେରାଉଛନ୍ତି ।
କେନ୍ଦ୍ରାପଡ଼ା ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ବେଳେ ଏହାକୁ ୫୩ ଏକର ଜମି ଦିଆଯାଇଥିଲା । ପରେ ଏଥିରୁ କୃଷି ବିଜ୍ଞାନ କେନ୍ଦ୍ରକୁ ୩୬ ଏକର, ଏସପିଙ୍କ ଅଫିସ ପାଇଁ ୬ ଏକର ଓ ବିହନ ବିଶୋଧନ କେନ୍ଦ୍ରକୁ ୫ ଏକର ଜମି ଦିଆଯାଇଛି । କିନ୍ତୁ ବିଡମ୍ବନାର ବିଷୟ ଏବେ ଝୋଟ ଗବେଷଣା କେନ୍ଦ୍ର ମାତ୍ର ୬ ଏକର ଜମିରେ ସୀମିତ । ମାତ୍ର ୨ ଜଣ ବୈଜ୍ଞାନିକ ଓ ଅନ୍ୟ କର୍ମଚାରୀ ଅଛନ୍ତି । ବର୍ଷକୁ ଥରେ ଝୋଟଚାଷକୁ ଛାଡ଼ି କିଛି ଗବେଷଣା କରାଯାଉନାହିଁ । କୃଷି ବିଭାଗ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି । ଗବେଷଣାରେ ଅବହେଳା ସହିତ ଝୋଟ ବିକ୍ରି ପାଇଁ ସରକାରୀ ମଣ୍ଡି ମଧ୍ୟ ନାହିଁ । ଧାନଠାରୁ ଝୋଟର ମୂଲ୍ୟ ଅଧିକ ଥିଲେ ବି ଚାଷୀ ପ୍ରୋତ୍ସାହନ ପାଉନାହାନ୍ତି । ବିକ୍ରି ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି । ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି । ସେପଟେ ରାଜ୍ୟରେ ଝୋଟ ବଦଳରେ ପଲିଥିନ ବ୍ୟବହାର ବୃଦ୍ଧି ଯୋଗୁ ପରିବେଶ ପ୍ରଦୂଷଣ ବଢୁଛି ।
କୋମାରେ ଝୋଟ ଗବେଷଣା କେନ୍ଦ୍ର, ଝୋଟଚାଷ ପାଇଁ ମିଳୁନି ନୂଆ ଜ୍ଞାନକୌଶଳ
ଗବେଷଣାରେ ଅବହେଳା ସହିତ ଝୋଟ ବିକ୍ରି ପାଇଁ ସରକାରୀ ମଣ୍ଡି ମଧ୍ୟ ନାହିଁ । ଧାନଠାରୁ ଝୋଟର ମୂଲ୍ୟ ଅଧିକ ଥିଲେ ବି ଚାଷୀ ପ୍ରୋତ୍ସାହନ ପାଉନାହାନ୍ତି।
/kanak/media/media_files/2025/04/17/cdj1Cc7Mm78wRFaKYSe6.jpg)