କନକ ବ୍ୟୁରୋ: ପୁଲିସ ପରିଚୟ ଦେଲେ, ସୁନା ଅଳଙ୍କାର ନେଇ, ପକେଟରେ ଭିର୍ତ୍ତି କରି ଚାଲିଗଲେ । ଏଭଳି ଘଟଣା ଅନୁଗୁଳ ସହରରେ ଘଟିଥିବା ବେଳେ ଏହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ କ୍ଷୀରୋଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେକରେ ଚେନ୍ ଆଉ ହାତରେ ସୁନା ମୁଦି ପିନ୍ଧି ସହର ଆଡୁ ନିଜ ଘର ହୁଲୁରିସିଂହାକୁ ଯାଉଥିଲେ । ତେବେ ଦିବ୍ୟଜ୍ୟୋତି ହଲ୍ ଛକ ନିକଟରେ ହଠାତ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଟିଆ ପୋଷାକ ପିନ୍ଧିଥିବା ବେଳେ ନିଜକୁ ପୁଲିସ ପରିଚୟ ଦେଇ ଆଗରେ ଡକାୟତି ହୋଇଛି, ଏଭଳି ସୁନା ଚେନ, ସୁନା ମୁଦି ପିନ୍ଧି ଯାଆନ୍ତୁ ନାହିଁ ବୋଲି କ୍ଷୀରୋଦକୁ କହିଥିଲେ । ଏହାସହ ପକେଟ୍ରୁ ଏକ କାଗଜ ବାହାର କରି ସେଥିରେ ମୁଦି ଚେନ ଗୁଡ଼ାଇ ତାଙ୍କୁ ଦେବାକୁ କହିଥିଲେ । ଏହାପରେ ସେହି କାଗଜ ଗୁଡ଼ା ହୋଇଥିବା ପୁଡ଼ିଆଟିକୁ ତାଙ୍କୁ ଦେଇ ନିଜ ପକେଟରେ ରଖିବାକୁ କହିଥିଲେ । କ୍ଷୀରୋଦ ମଧ୍ୟ ତାଙ୍କ କଥା ମାନି ନିଜ ପକେଟରେ କାଗଜ ଗୁଡ଼ାଇ ମୁଦି ଓ ଚେନ ଗାଡି ଡ଼ିକିରେ ରଖି ଘରକୁ ଯାଇଥିଲେ । ତେବେ ଘରେ ପହଞ୍ଚି ପକେଟରୁ କାଗଜ ଖୋଲି ଦେଖିବା ବେଳକୁ ସେଥିରେ ଗୁଡି ୪ଟି ଥିଲା । ଠକାମୀର ଶିକାର ହୋଇଥିବା ଜାଣି ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ସିସିଟିଭି ଆଧାରରେ ଯାଞ୍ଚ କରୁଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us