କନକ ବ୍ୟୁରୋ: ଆତଙ୍କୀ ଦେଶ ପାକିସ୍ତାନକୁ ପୁଣି ଲଜ୍ଜା । ଜାପାନରେ ଧରାପଡ଼ିଲା ପାକିସ୍ତାନର ଫେକ୍ ଫୁଟବଲ ଟିମ୍ । ଏହି ଫେକ୍ ବା ମିଛ ଟିମର ୨୨ଜଣ ଖେଳାଳିଙ୍କୁ ଗିରଫ କରାଯାଇଛି । ଫୁଟବଲ ଖେଳାଳିଙ୍କ ବେଶରେ ଏମାନେ ଅବୈଧ ଭାବେ ଜାପାନ ଯାଇଥିଲେ । ଏମାନଙ୍କ ପାଖରୁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଫେକ୍ ଏନଓସି ମଧ୍ୟ ମିଳିଛି । ଏହି ପୂରା ରାକେଟ ପଛର ମାଷ୍ଟରମାଇଣ୍ଡ ହେଉଛି ସିଆଲକୋଟର ମଲିକ ବକାସ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଲଡେନ ଫୁଟବଲ ଟ୍ରାଏଲ ନାମରେ ଏକ ଫେକ୍ ଫୁଟବଲ କ୍ଲବ୍ ଆରମ୍ଭ କରିଥିଲା ବକାସ । ଜାପାନ ଗସ୍ତ ପାଇଁ ଇଚ୍ଛୁକ ଥିବା ଲୋକଙ୍କଠାରୁ ୪୦ରୁ ୪୫ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରିଥିଲା । ଜାପାନର ଏକ ଫୁଟବଲ କ୍ଲବ୍ ପକ୍ଷରୁ ନିମନ୍ତ୍ରଣ ଥିବା ଦର୍ଶାଇ ଜାଲି କାଗଜପତ୍ର ପ୍ରସ୍ତୁତ କରିଥିଲା ବକାସ । ୧୫ ଦିନିଆ ଭିସା ମଧ୍ୟ ହାସଲ କରିଥିଲା । ଖେଳାଳି କହି ଏମାନଙ୍କୁ ଜାପାନ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି ।
ଆତଙ୍କୀ ଦେଶ ପାକିସ୍ତାନକୁ ପୁଣି ଲଜ୍ଜା: ଜାପାନରେ ଧରାପଡ଼ିଲା ପାକିସ୍ତାନର ଫେକ୍ ଫୁଟବଲ ଟିମ୍
ଫୁଟବଲ ଖେଳାଳିଙ୍କ ବେଶରେ ଏମାନେ ଅବୈଧ ଭାବେ ଜାପାନ ଯାଇଥିଲେ । ଏମାନଙ୍କ ପାଖରୁ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଫେକ୍ ଏନଓସି ମଧ୍ୟ ମିଳିଛି । ଏହି ପୂରା ରାକେଟ ପଛର ମାଷ୍ଟରମାଇଣ୍ଡ ହେଉଛି ସିଆଲକୋଟର ମଲିକ ବକାସ ।
/kanak/media/media_files/2025/09/18/54-2025-09-18-14-35-30.jpg)