କନକ ବ୍ୟୁରୋ : ଆଜିର ଦିନରେ ବଜାରରେ ନକଲି ଔଷଧ କାରବାର ବୃଦ୍ଧି ପାଇଛି । ନିକଟରେ ଉତ୍ତରପ୍ରଦେଶ ଏସଟିଏଫ ଏବଂ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩.୩୨ କୋଟି ଟଙ୍କାର ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧ ଏକ ପ୍ରକାରର ବିଷ ଯାହା ଧୀରେ ଧୀରେ ଲୋକଙ୍କ ଜୀବନକୁ ଶେଷ କରିଦିଏ । ଅସଲି ଏବଂ ନକଲି ଔଷଧ ମଧ୍ୟରେ ପାର୍ଥକ୍ୟ ଚିହ୍ନିବା କଷ୍ଟକର କିନ୍ତୁ ଯଦି ଟିକିଏ ସତର୍କତା ଅବଲମ୍ବନ କରାଯାଏ, ତେବେ ଏହାକୁ ସହଜରେ ଏଡ଼ାଇ ଦିଆଯାଇପାରିବ । ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ ସାଧାରଣ ଲୋକ ନକଲି ଔଷଧକୁ କିପରି ଚିହ୍ନଟ କରିପାରିବେ? ଅସଲି ଏବଂ ନକଲି ଔଷଧ ମଧ୍ୟରେ କିପରି ପାର୍ଥକ୍ୟ ଜାଣିବେ? ତେବେ ଆସନ୍ତୁ ଜାଣିବା ନକଲି ଔଷଧକୁ ଚିହ୍ନିବା ଏବଂ ସେଗୁଡ଼ିକରୁ ଦୂରେଇ ରହିବାର ଉପାୟ।

Advertisment

-ପ୍ରକୃତ ଔଷଧର ପ୍ୟାକେଜିଂ ଭଲ ଗୁଣବତ୍ତାର ହୋଇଥାଏ
-ନକଲି ଔଷଧରେ ପ୍ରାୟତଃ ଅସ୍ପଷ୍ଟ ପ୍ରିଣ୍ଟିଂ, ଢିଲା ପ୍ୟାକେଜିଂ ଥାଏ
-ବିବରଣୀଗୁଡ଼ିକ ଅସଲି ଔଷଧରେ ସ୍ପଷ୍ଟ ଭାବରେ ମୁଦ୍ରିତ ହୋଇଥାଏ
-ନକଲି ଔଷଧରେ, ବ୍ୟାଚ୍ ନମ୍ବର କିଛି ଭିନ୍ନ ପ୍ରକାରର ରହିଥାଏ
-ବର୍ତ୍ତମାନ ଅଧିକାଂଶ ଔଷକ୍ଷ କମ୍ପାନୀ ପକ୍ଷରୁ QR କୋଡ୍ ପ୍ରଦାନ କରାଯାଉଛି
-ସ୍କାନ କରିବା ଦ୍ୱାରା ଔଷଧଟି ଅସଲି କି ନକଲି ତାହା ସ୍ପଷ୍ଟ ହୋଇଯାଏ
-ଅସଲି ଔଷଧର ରଙ୍ଗ ଏବଂ ଆକୃତି ପ୍ରତ୍ୟେକ ସମାନ ରହିଥାଏ
-ନକଲି ଔଷଧ ମଳିନ କିମ୍ବା ଅତ୍ୟଧିକ ଉଜ୍ଜ୍ୱଳ ଦେଖାଯାଏ
-ଔଷଧର ଦାମ ୧୦ ହେଉ କି ୧୦୦୦ ଟଙ୍କା, ଏହାର ବିଲ୍ ନିଅନ୍ତୁ
-ଔଷଧ ଖାଇବା ପରେ ରୋଗ ଭଲ ନହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ