କନକ ବ୍ୟୁରୋ : ରାଜଧାନୀରେ ନକଲି ଔଷଧ ବିକ୍ରି ଅଭିଯୋଗ ହୋଇଛି । ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ୍‌ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯାଗରେ ପରେ ଚଢ଼ାଉ କରାଯାଇଛି । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡ଼ିକୁ ଯାଇ ଔଷଧ ଗୁଡିକୁ ଯାଞ୍ଚ କରୁଛି ଡ୍ରଗ୍ସ ସ୍କ୍ୱାଡ୍‌ର ଟିମ୍‌ ।

Advertisment

ପେଟ ଭିତରେ ହତ୍ୟା । ନୂଆ ଜୀବନ ଆସିବା ଆଗରୁ ନୃଶଂସ ଭାବେ ତାଙ୍କୁ ମାରି ଦିଆଯାଉଛି । ଆଉ ଏଥିପାଇଁ ସୁଯୋଗ ଦେଉଛି ଔଷଧ ଦୋକାନରେ ବିକ୍ରି ହେଉଥିବା ମାଳ ମାଳ ଗର୍ଭପାତ ଔଷଧ । ରାଜଧାନୀରେ ବେଆଇନ୍ ଗର୍ଭପାତ ଔଷଧ ବିକ୍ରି ହେଉଥିବା ଅଭିଯୋଗ ନେଇ ଚଢ଼ାଉ କରିଛି ଡ୍ରଗ୍ସ ସ୍କ୍ୱାର୍ଡ । ନାମୀଦାମୀ କମ୍ପାନିର ନାଁରେ ମେଡ଼ିସିନ ବିକ୍ରି ଚାଲିଥିବା ନେଇ ହୋଇଥିବା ଅଭିଯୋଗ ଆଧରରେ କରାଯାଇଛି ଚଢାଉ । ନକଲି ଔଷଧ ନେଇ ଡ୍ରଗ୍ସ କଣ୍ଟ୍ରୋଲର ପାଖରେ ହୋଇଥିଲା ଅଭିଯୋଗ । ଏନେଇ ସିଆରପି ଅଞ୍ଚଳରେ ଥିବା ଏକାଧିକ ଦୋକାନ ଗୁଡିକୁ ଯାଇ ଯାଞ୍ଚ କରିଛି ଡ୍ରଗ୍ସ ସ୍କ୍ୱାଡ୍‌ ଟିମ୍‌ ।

ସିଆରପି ଛକରେ ଥିବା ମମତା ପଲ୍ସ ଦୋକାନରୁ ୨୫ ଟି ଅନ୍‌ୱାଣ୍ଟେଡ୍ କିଟ୍ ମିଳିଛି । ବିଭିନ୍ନ ଦୋକାନରେ ଗର୍ଭପାତ ପାଇଁ ବ୍ୟବହୃତ ଔଷଧ ବେଆଇନ ଭାବରେ ଚାଲିଥିଲା ବିକ୍ରି । ସୁପ୍ରିମକୋର୍ଟ ନିୟମ ଅନୁସାରେ ୨୦ରୁ ୨୪ ସପ୍ତାହ ଭିତରେ ଗର୍ଭପାତ ଆଇନସମ୍ମତ ।

ଏହାପୂର୍ବରୁ ମଧ୍ୟ ବେଆଇନ୍ ଗର୍ଭପାତ ଏବଂ ଗର୍ଭପାତ ନେଇ ଔଷଧ ବିକ୍ରିର ଅଭିଯୋଗ ହୋଇଥିଲା । ୨୦୨୧ ମସିହାରେ ନୟାଗଡ଼ରେ ବେଆଇନ୍ ଗର୍ଭପାତ କରାଇଥିବା ଅଭିଯୋଗରେ ଡାକ୍ତର ସ୍ୱାମୀ, ସ୍ତ୍ରୀ ହୋଇଥିଲେ ଗିରଫ । ସେହିପରି ଗତବର୍ଷ କଟକରେ ମଧ୍ୟ ବେଆଇନ୍ ଲିଙ୍ଗ ନିରୂପଣ ଓ ଗର୍ଭପାତ ଅଭିଯୋଗ ହୋଇଥିଲା । କଟକର ଡାକ୍ତରଙ୍କ କ୍ଲିନିକ୍ ସିଲ୍ କରାଯାଇଥିଲା । ଡାକ୍ତର ମଧ୍ୟ ହୋଇଥିଲେ ଗିରଫ ।