ଘାରିଥିଲା ବାପାଠାରୁ ଟଙ୍କା ନେବାର ଲୋଭ ; ପୁଅ ପାଲଟିଲା ନକଲି ମାଓବାଦୀ

ତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠିଲେଖି ନିଜ କାର ଭିତରେ ରଖି ଦେଇଥିଲେ । ଉକ୍ତ ଚିଠିରେ ୩୫ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତ ସଦ୍ୟଙ୍କୁ ଜୀବନରେ ମାରିଦେବୁ ବୋଲି ଉଲ୍ଲେଖ କରାଯାଇଥିଲା ।

1

କନକ ବ୍ୟୁରୋ : ବାପାଙ୍କ ପାଖରୁ ଟଙ୍କା ଅସୁଲ ପାଇଁ ପୁଅ ପାଲଟିଲା ନକଲି ମାଓବାଦୀ , ବାପାକୁ ଲେଖିଲା ଧମକପୂର୍ଣ୍ଣ ଚିଠି । କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ଖବର । ସ୍ଥାନୀୟ ରୁପ୍ରାରୋଡର ଠିକାଦାର ଦିନେଶ ଅଗ୍ରୱାଲଙ୍କ ୨୪ ବର୍ଷୀୟ ପୁଅ ଅଙ୍କୁଶ ଅଗ୍ରୱାଲ ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଅଭିନବ ଉପାୟ ଚିନ୍ତା କରିଥିଲେ । ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠିଲେଖି ନିଜ କାର ଭିତରେ ରଖି ଦେଇଥିଲେ । ଉକ୍ତ ଚିଠିରେ ୩୫ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତ ସଦ୍ୟଙ୍କୁ ଜୀବନରେ ମାରିଦେବୁ ବୋଲି ଉଲ୍ଲେଖ କରାଯାଇଥିଲା । ଅନୁରୂପ ଭାବେ ଅଭିଯୁକ୍ତ ତାଙ୍କ ବାପା ଦିନେଶଙ୍କ ସାଙ୍ଗ ପାଖକୁ ମଧ୍ୟ ଏକ ଚିଠି ପଠାଇଥିଲେ ।

ଏହି ଚିଠି ପାଇବାପରେ ପରିବାର ସଦସ୍ୟ ଭୟଭୀତ ହୋଇପଡ଼ିଥିଲେ । ଜୀବନ ଭୟରେ ବାପା ଦିନେଶ ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତରୁ ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଥିବା ପୁଲିସ ସ୍ପଷ୍ଟ କରିବା ସହ ତାକୁ  ଗିରଫ କୋର୍ଟଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe