କନକ ବ୍ୟୁରୋ : ବାପାଙ୍କ ପାଖରୁ ଟଙ୍କା ଅସୁଲ ପାଇଁ ପୁଅ ପାଲଟିଲା ନକଲି ମାଓବାଦୀ , ବାପାକୁ ଲେଖିଲା ଧମକପୂର୍ଣ୍ଣ ଚିଠି । କଳାହାଣ୍ଡି ଜିଲ୍ଲାରୁ ଆସିଛି ଏଭଳି ଖବର । ସ୍ଥାନୀୟ ରୁପ୍ରାରୋଡର ଠିକାଦାର ଦିନେଶ ଅଗ୍ରୱାଲଙ୍କ ୨୪ ବର୍ଷୀୟ ପୁଅ ଅଙ୍କୁଶ ଅଗ୍ରୱାଲ ବାପାଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ଅଭିନବ ଉପାୟ ଚିନ୍ତା କରିଥିଲେ । ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠିଲେଖି ନିଜ କାର ଭିତରେ ରଖି ଦେଇଥିଲେ । ଉକ୍ତ ଚିଠିରେ ୩୫ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତ ସଦ୍ୟଙ୍କୁ ଜୀବନରେ ମାରିଦେବୁ ବୋଲି ଉଲ୍ଲେଖ କରାଯାଇଥିଲା । ଅନୁରୂପ ଭାବେ ଅଭିଯୁକ୍ତ ତାଙ୍କ ବାପା ଦିନେଶଙ୍କ ସାଙ୍ଗ ପାଖକୁ ମଧ୍ୟ ଏକ ଚିଠି ପଠାଇଥିଲେ ।
ଏହି ଚିଠି ପାଇବାପରେ ପରିବାର ସଦସ୍ୟ ଭୟଭୀତ ହୋଇପଡ଼ିଥିଲେ । ଜୀବନ ଭୟରେ ବାପା ଦିନେଶ ନର୍ଲା ଥାନାର ଦ୍ବାରସ୍ଥ ହୋଇଥିଲେ । ଏହା ପରେ ପୁଲିସ ଘଟଣାର ତଦନ୍ତ କରିଥିଲା । ତଦନ୍ତରୁ ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଥିବା ପୁଲିସ ସ୍ପଷ୍ଟ କରିବା ସହ ତାକୁ ଗିରଫ କୋର୍ଟଚାଲାଣ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/15/1-2025-10-15-16-35-12.jpg)