ବନ୍ଧାହେଲେ ନକଲି ହାଇକୋର୍ଟ ଓକିଲ, ନକଲି ଏସଡିପିଓ ; ଲୋକଙ୍କଠାରୁ ଲୁଟୁଥିଲେ ଟଙ୍କା

ବନ୍ଧାହେଲେ ନକଲି ଏସଡିପିଓ ଓ ନକଲି ହାଇକୋର୍ଟ ଓକିଲ । ଦୁଇ ସାଇବର ଠକଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ବାଙ୍କି ଓ ଭରତପୁର ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି

3788888

କନକ ବ୍ୟୁରୋ:  ବନ୍ଧାହେଲେ ନକଲି ଏସଡିପିଓ ଓ ନକଲି ହାଇକୋର୍ଟ ଓକିଲ । ଦୁଇ ସାଇବର ଠକଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ । ବାଙ୍କି ଓ ଭରତପୁର ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଆଇଆଇସି, ଏସଡିପିଓ, ହାଇକୋର୍ଟ ଓକିଲ, ପରିଚୟ ଦେଇ ପିଇଓ, ଓକିଲ,  ସରପଞ୍ଚଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ଏମାନେ ।  ଫୋନ-ପେ ମାଧ୍ୟମରେ ଟଙ୍କା ନେଉଥିଲେ । କାର୍ତ୍ତିକ ରାଉତରାୟ ଓ ଏକନ ପାଣିକୁ ଗିରଫ କରିଛି ପୁଲିସ । ଏମାନଙ୍କ ନାଁରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ୬ ରୁ ଅଧିକ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe