କନକ ବ୍ୟୁରୋ : କଟକ ଜଗତପୁର ଶିଳ୍ପାଞ୍ଚଳ ପାଲଟିଛି ନକଲି ଓ ଅପମିଶ୍ରିତ ସାମଗ୍ରୀର ହବ୍ । ଏହି ଅଂଚଳରୁ ଅପମିଶ୍ରିତ ଘିଅ କାରଖାନା ଠାବ କରି ପୋଲିସ ବିପୁଳ ପରିମାଣର ଘିଅ ଜବତ କରିଛି । ଦୁଇଟି ଘର ଭିତରେ ବିନା ସାଇନବୋର୍ଡରେ, ବିନା ଲାଇସେନ୍ସରେ ଚାଲିଥିଲା କାରଖାନା । ନିର୍ମାଲ୍ୟ ଓ ବାଲଗୋପାଳ ବ୍ରାଣ୍ଡ ନାଁରେ ଏଠାରେ ଅପମିଶ୍ରିତ ଘିଅ ପ୍ରସ୍ତୁତ ହେଉଥିଲା । ଘିଅରେ ରିଫାଇନ ତେଲ ଓ ନିମ୍ନ ମାନର ବନସ୍ପତି ମିଶାଯାଉଥିଲା । ତେବେ ଚଢାଉ ବେଳେ କମ୍ପାନୀର ମାଲିକ ଫେରାର ହୋଇଯାଇଛି । କମ୍ପାନୀର କିଛି କର୍ମଚାରୀଙ୍କୁ ପଚରାଉରଚା କରୁଛି ପୁଲିସ ।
ପେଟି ପେଟି ନକଲି ଘିଅ ଜବତ । କଟକ ଜଗତପୁର ଶିଳ୍ପାଞ୍ଚଳ ପାଲଟିଛି ନକଲି ସାମଗ୍ରୀର ହବ୍
କଟକ ଜଗତପୁର ଶିଳ୍ପାଞ୍ଚଳ ପାଲଟିଛି ନକଲି ଓ ଅପମିଶ୍ରିତ ସାମଗ୍ରୀର ହବ୍ । ଏହି ଅଂଚଳରୁ ଅପମିଶ୍ରିତ ଘିଅ କାରଖାନା ଠାବ କରି ପୋଲିସ ବିପୁଳ ପରିମାଣର ଘିଅ ଜବତ କରିଛି ।