କନକ ବ୍ୟୁରୋ : ସରକାରୀ ଯୋଜନାରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହେଲେ ଲୋକେ ଏହାର ଫାଇଦା ନେବା ତ ଦୂରର କଥା ଯୋଜନା ସଂପର୍କରେ ବି ଜାଣିନାହାନ୍ତି । ତଥାପି ଲକ୍ଷ ଲକ୍ଷ ଟଙ୍କାର ହେଉଛି ବିଲ୍ । ବ୍ରହ୍ମପୁରରେ ଚାଲିଛି ମିଛ ମାଗଣା ୱାଇଫାଇ ସେବା । ମାସକୁ ମାସ ହେଉଛି ବିଲ୍ ।
ରେଶମ ସହର ବ୍ରହ୍ମପୁରରେ ଛକକୁ ଛକ ବୋର୍ଡ ମରାଯାଇଛି କିମାଗଣା ୱାଇଫାଇ ସେବା । ମହାନଗର ନିଗମ କାର୍ଯ୍ୟଳୟଠୁ ଆରମ୍ଭ କରି ଖଲିକୋଟ ବିଶ୍ବବିଦ୍ୟାଳୟ ଓ ଗେଟ୍ ବଜାର ପର୍ଯ୍ୟନ୍ତ ସହରର ୮ଟି ଛକରେ ଲାଗିଛି ୨୨ଟି ଆକ୍ସେସ୍ ପଏଣ୍ଟ । ମାତ୍ର ଏ ସଂପର୍କରେ ଜାଣନ୍ତିନି ସାଧାରଣ ଜନତା । କିଏ କେଉଁଠି କାଁ ଭାଁ ୱାଇଫାଇ ବ୍ୟବହାର କଲେ ବି ଇଣ୍ଟରନେଟ୍ ସ୍ପିଡ୍ ଚାଲୁନଥିବା ଅଭିଯୋଗ ହୋଇଛି । ତଥାପି ବର୍ଷକୁ ବିଲ୍ ହେଉଛି ପ୍ରାୟ ୫୦ ଲକ୍ଷ ଟଙ୍କା ।
ଅଧିକ ପଢ଼ନ୍ତୁ--ଚର୍ଚ୍ଚାରେ ବିଶ୍ବର ସବୁଠାରୁ ଛୋଟିଆ ଗାଈ ; ପ୍ରଧାନମନ୍ତ୍ରୀ ବି ଯତ୍ନ ନେଉଛନ୍ତି
୨୦୧୮ରେ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମହାନଗର ନିଗମ ପକ୍ଷରୁ ମାଗଣା ୱାଇଫାଇ ଯୋଜନା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ୨୦୧୯ରେ ଏହା କାର୍ଯ୍ୟକାରୀ ହୋଇଥିଲା । ଭୁବନେଶ୍ୱରର ୱେଫେ ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥାକୁ ୧ କୋଟି ଟଙ୍କା ବ୍ୟୟରେ ଦିଆଯାଇଥିଲା ଟେଣ୍ଡର । ମାତ୍ର ପରିଚାଳନାରେ ଦୁର୍ନୀତି ଅଭିଯୋଗ ନେଇ ପୂର୍ବରୁ ବହୁବାର କାଉନସିଲ ବୈଠକରେ ହଟ୍ଟଗୋଳ ବି ହୋଇଛି । ଏ ନେଇ ତଦନ୍ତ ଚାଲିଛି, ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ କମିସନର କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯଦି ଲୋକେ ବ୍ୟବହାର କରୁନାହାନ୍ତି ୱାଇଫାଇ, ତେବେ କାହା ସ୍ବାର୍ଥରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/fake-wifi-2025-11-02-19-23-31.jpg)