କଳାହାଣ୍ଡିରେ ବଢ଼ୁଛି ନକଲି ବିଦେଶୀ ମଦ କାରବାର, ଅଣଓଡ଼ିଆ ବେପାରୀ ଗିରଫ

Advertisment

ନକଲି ବିଦେଶୀ ମଦର ହବ୍‌ ପାଲଟିଛି କଳାହାଣ୍ଡି। ଜିଲ୍ଲାର ବିଭିନ୍ନ ସହରରେ ମଦ ଅପମିଶ୍ରିତ କରି ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ମାରି ବିକ୍ରି କରୁଛନ୍ତି କିଛି ଅସାଧୁ ବେପାରୀ। ଲାଭ ଆଶାରେ ଜୀବନ ପ୍ରତି ଡାକି ଆଣୁଛନ୍ତି ବିପଦ। ଫେବ୍ରୁଆରି ୨୪, ଜୁନାଗଡ଼ ସହରରେ ଚଢ଼ାଉ କଲା ଅବକାରୀ ବିଭାଗ

ନକଲି ବିଦେଶୀ ମଦର ହବ୍‌ ପାଲଟିଛି କଳାହାଣ୍ଡି। ଜିଲ୍ଲାର ବିଭିନ୍ନ ସହରରେ ମଦ ଅପମିଶ୍ରିତ କରି ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ମାରି ବିକ୍ରି କରୁଛନ୍ତି କିଛି ଅସାଧୁ ବେପାରୀ। ଲାଭ ଆଶାରେ ଜୀବନ ପ୍ରତି ଡାକି ଆଣୁଛନ୍ତି ବିପଦ। ଫେବ୍ରୁଆରି ୨୪, ଜୁନାଗଡ଼ ସହରରେ ଚଢ଼ାଉ କଲା ଅବକାରୀ ବିଭାଗ

SOUMYA  - 2026-

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ବର୍ତ୍ତମାନ ନକଲି ବିଦେଶୀ ମଦ କାରବାରର ହବ୍‌ ପାଲଟି ଯାଇଛି। ଗତ କିଛିଦିନ ତଳେ ଜୁନାଗଡ଼ ଠାରେ ଅପମିଶ୍ରିତ ବିଦେଶୀ ମଦ ଜବତ ହୋଇଥିଲା। ଏବେ ତ ଧର୍ମଗଡ଼ ଠାରେ ମଧ୍ୟ ଅପମିଶ୍ରିତ ବିଦେଶୀ ମଦ ସହ କିଛି ସାମଗ୍ରୀ ଜବତ ହୋଇଛି। ଅଣଓଡ଼ିଆ ଵ୍ୟଵସାୟୀ ଗିରଫ ହେବା ପରେ ଜିଲ୍ଲାରେ ମଦ କାରବାରକୁ ନେଇ ଚିନ୍ତା ବଢ଼ିଛି। ଯୁବପିଢ଼ି ପଥଭ୍ରଷ୍ଟ ହେବା ଆଶଙ୍କା ବଢ଼ିଯାଇଛି। ପୁରା କାରବାରରେ ରୋକ୍‌ ଲଗାଇବା ସହ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  ଦାବି ହୋଇଛି।

ନକଲି ବିଦେଶୀ ମଦର ହବ୍‌ ପାଲଟିଛି କଳାହାଣ୍ଡି। ଜିଲ୍ଲାର ବିଭିନ୍ନ ସହରରେ ମଦ ଅପମିଶ୍ରିତ କରି ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ମାରି ବିକ୍ରି କରୁଛନ୍ତି କିଛି ଅସାଧୁ ବେପାରୀ। ଲାଭ ଆଶାରେ ଜୀବନ ପ୍ରତି ଡାକି ଆଣୁଛନ୍ତି ବିପଦ। ଫେବ୍ରୁଆରି ୨୪, ଜୁନାଗଡ଼ ସହରରେ ଚଢ଼ାଉ କଲା ଅବକାରୀ ବିଭାଗ। ଜୁନାଗଡ଼ ଓ ଧର୍ମଗଡ଼ ଅବକାରୀ ବିଭାଗର ମିଳିତ ଚଢ଼ାଉ ସମୟରେ ନକଲି ବିଦେଶୀ ମଦ, ମଦ ବୋତଲ ଠିପି, ନକଲି ଷ୍ଟିକର ଏବଂ ଖାଲି ବିଦେଶୀ ମଦ ବୋତଲ ଜବତ ହୋଇଥିଲା। ନକଲି ମଦ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। 

ଧର୍ମଗଡ଼ ସହରର ଜଗନ୍ନାଥପଡ଼ା ଠାରେ ପ୍ରସ୍ତୁତ ହେଉଥିଲା ନକଲି ମଦ। ବିହାର ଓ ଝାରଖଣ୍ଡ ରାଜ୍ୟର କିଛି ଅସାଧୁ ବେପାରୀ ମଦ ପ୍ରସ୍ତୁତ କରୁଥିବା ବିଶେଷ ସୂତ୍ରରୁ ଖବର ପାଇ ଛପା ମାରିଥିଲା ଅବକାରୀ ବିଭାଗ। ଘଟଣାସ୍ଥଳରୁ ୩ ଜଣକୁ ଗିରଫ କରିବା ସହ ଜବତ ହୋଇଛି ଅପମିଶ୍ରିତ ମଦ ଓ ବିଭିନ୍ନ ସାମଗ୍ରୀ। ଏହି ଘଟଣା ପରେ ବିଭିନ୍ନ ଅଞ୍ଚଳରେ ମଦ କାରବାରକୁ ଚର୍ଚ୍ଚା ହେଉଛି। ଜିଲ୍ଲାରେ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନରେ ବିକ୍ରି ହେଉଥିବା ମଦର ମାନକୁ ନେଇ ପ୍ରଶ୍ନ ଉଠିଛି । 

 କଳାହାଣ୍ଡି ଜିଲ୍ଲାର ଦୁଇ ପ୍ରମୁଖ ସହରରେ ଅପମିଶ୍ରିତ ବିଦେଶୀ ମଦ ବିକ୍ରି ହେଉଥିବା ବେଳେ ଜିଲ୍ଲାର ଅନ୍ୟ ସହରରେ ସ୍ଥିତି ସହଜେ ଅନୁମେୟ। ବ୍ୟବସାୟ ବଢ଼ାଇବାକୁ ଲୋକଙ୍କ ଜୀବନ ସହ ଖେଳ ବଡ଼ ଅପରାଧ! ବୋଲି କହିଛି କଳାହାଣ୍ଡି ବ୍ୟବସାୟୀ ସଙ୍ଘ ଓ ସାମାଜିକ ସଂଗଠନ। ଅବକାରୀ ବିଭାଗ ଏହି କାରବାରର ମାଷ୍ଟର ମାଇଣ୍ଡକୁ ଗିରଫ କରି ଘଟଣା ମୂଳରେ ପହଞ୍ଚିବାକୁ ଦାବି କରିଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe