ନକଲି ପୁଲିସକୁ ଧରିଲା ଅସଲି ପୁଲିସ, ନକଲି ବନ୍ଧୁକ ଓ ଡ୍ରେସ୍ ଜବତ

Advertisment

ନକଲି ପୁଲିସକୁ କାବୁ କଲା ଅସଲି ପୁଲିସ । ଡିଏସପି ପରିଚୟ ଦେଇ ବିଭିନ୍ନ ରାଜ୍ୟକୁ ଯାଉଥିଲା ଝାଡ଼ଖଣ୍ଡର ରାହୁଲ ସିଂ । ହୋଟେଲରେ ଚଢାଉ କରି ଧରିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ନକଲି ବନ୍ଧୁକ, ପୁଲିସ ଡ୍ରେସ୍ ଜବତ । 

ନକଲି ପୁଲିସକୁ କାବୁ କଲା ଅସଲି ପୁଲିସ । ଡିଏସପି ପରିଚୟ ଦେଇ ବିଭିନ୍ନ ରାଜ୍ୟକୁ ଯାଉଥିଲା ଝାଡ଼ଖଣ୍ଡର ରାହୁଲ ସିଂ । ହୋଟେଲରେ ଚଢାଉ କରି ଧରିଲା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ନକଲି ବନ୍ଧୁକ, ପୁଲିସ ଡ୍ରେସ୍ ଜବତ । 

07-Police

କନକ ବ୍ୟୁରୋ: ନକଲି ପୁଲିସ ଡିଏସ୍‌ପିକୁ କାବୁ କଲା ଅସଲି ପୁଲିସ । ବିଭିନ୍ନ ରାଜ୍ୟରେ ପୁଲିସର ପରିଚୟ ଦେଇ ରହୁଥିବା ଜଣେ ନକଲି ପୁଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ଝାଡ଼ଖଣ୍ଡ ଅଞ୍ଚଳର ରାହୁଲ ସିଂ ରାଣାୱତ ନାମକ ଯୁବକ ଗତ ବର୍ଷେ ହେବ ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ରେଲୱେ ପୁଲିସ କହି ବିଭିନ୍ନ ରାଜ୍ୟକୁ ଯାଉଥିଲା । ଯେଉଁ ଅଞ୍ଚଳକୁ ଯାଉଥିଲା, ସେହି ଅଞ୍ଚଳର ଡିଏସପି ବୋଲି ପରିଚୟ ଦେଉଥିଲା । କେତେବେଳେ ରେଲୱେ ପୁଲିସ ତ ଆଉ କେତେବେଳେ ଡିଏସ୍‌ପି, ଏମିତି କହି ଯାତାୟାତ କରୁଥିଲା ଏହି ନକଲି ପୁଲିସ । ଗତକାଲି ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଥିବା ନଳାଙ୍ଗ ଛକ ନିକଟରେ ଥିବା ଏକ ହୋଟେଲରେ ପୁଲିସ ପରିଚୟ ଦେଇ ରହୁଥିବା ନକଲି ପୁଲିସ ରାହୁଲକୁ ଗ୍ରାମାଞ୍ଚଳ ପୁଲିସ ଧରିଥିଲା । ତା ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୁଲିସ ଡ୍ରେସ, ରେଲୱେ ପୁଲିସର ଡ୍ରେସ ଏବଂ ଲୋଗୋ ସମେତ ପୁଲିସ ବାଡ଼ି, ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ, ଏଟିଏମ୍ କାର୍ଡ ଇତ୍ୟାଦି ଜବତ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe