କନକ ବ୍ୟୁରୋ: ନକଲି ପୁଲିସ ଡିଏସ୍‌ପିକୁ କାବୁ କଲା ଅସଲି ପୁଲିସ । ବିଭିନ୍ନ ରାଜ୍ୟରେ ପୁଲିସର ପରିଚୟ ଦେଇ ରହୁଥିବା ଜଣେ ନକଲି ପୁଲିସକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ । ଝାଡ଼ଖଣ୍ଡ ଅଞ୍ଚଳର ରାହୁଲ ସିଂ ରାଣାୱତ ନାମକ ଯୁବକ ଗତ ବର୍ଷେ ହେବ ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ରେଲୱେ ପୁଲିସ କହି ବିଭିନ୍ନ ରାଜ୍ୟକୁ ଯାଉଥିଲା । ଯେଉଁ ଅଞ୍ଚଳକୁ ଯାଉଥିଲା, ସେହି ଅଞ୍ଚଳର ଡିଏସପି ବୋଲି ପରିଚୟ ଦେଉଥିଲା । କେତେବେଳେ ରେଲୱେ ପୁଲିସ ତ ଆଉ କେତେବେଳେ ଡିଏସ୍‌ପି, ଏମିତି କହି ଯାତାୟାତ କରୁଥିଲା ଏହି ନକଲି ପୁଲିସ । ଗତକାଲି ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଥିବା ନଳାଙ୍ଗ ଛକ ନିକଟରେ ଥିବା ଏକ ହୋଟେଲରେ ପୁଲିସ ପରିଚୟ ଦେଇ ରହୁଥିବା ନକଲି ପୁଲିସ ରାହୁଲକୁ ଗ୍ରାମାଞ୍ଚଳ ପୁଲିସ ଧରିଥିଲା । ତା ନିକଟରୁ ନକଲି ବନ୍ଧୁକ, ବିଭିନ୍ନ ରାଜ୍ୟର ପୁଲିସ ଡ୍ରେସ, ରେଲୱେ ପୁଲିସର ଡ୍ରେସ ଏବଂ ଲୋଗୋ ସମେତ ପୁଲିସ ବାଡ଼ି, ବିଭିନ୍ନ ବ୍ୟାଙ୍କର ପାସ୍‌ବୁକ, ଏଟିଏମ୍ କାର୍ଡ ଇତ୍ୟାଦି ଜବତ କରିଛି ପୁଲିସ ।

Advertisment