ପୁରୀ ଡେଲାଙ୍ଗରେ ନକଲି ନୋଟ୍‌ କାରବାରର ପର୍ଦ୍ଦାଫାସ: ୩ ଅଭିଯୁକ୍ତ ଗିରଫ

ପୁରୀ ଡେଲାଙ୍ଗରେ ନକଲି ନୋଟ୍‌ କାରବାରର ପର୍ଦ୍ଦାଫାସ । ୩ ଅଭିଯୁକ୍ତଙ୍କୁ କାବୁ କଲେ ସାଧପଡା ଗ୍ରାମବାସୀ ।  ରାତିରେ ଅଭିଯୁକ୍ତଙ୍କୁ ବାନ୍ଧି ରଖିଲେ  । ସକାଳେ ପୋଲିସଙ୍କୁ ହେପାଜତରେ ଦେଲେ 

delanga

Photograph: (KANAK NEWS)

କନକବ୍ୟୁରୋ : ପୁରୀ ଡେଲାଙ୍ଗରେ ନକଲି ନୋଟ୍‌ କାରବାରର ପର୍ଦ୍ଦାଫାସ । ୩ ଅଭିଯୁକ୍ତଙ୍କୁ କାବୁ କଲେ ସାଧପଡା ଗ୍ରାମବାସୀ ।  ରାତିରେ ଅଭିଯୁକ୍ତଙ୍କୁ ବାନ୍ଧି ରଖିଲେ  । ସକାଳେ ପୋଲିସଙ୍କୁ ହେପାଜତରେ ଦେଲେ  ।  ଅଭିଯୁକ୍ତଙ୍କ ଠାରୁ ଟଙ୍କା ଛପା ପେପର ଓ ମେସିନ ଜବତ କରାଯାଇଛି  ।  ରାତିରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ   । ଏହା ବଦଳରେ କିଛି ଘଣ୍ଟାର  ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ  । ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା  । ଅଭିଯୁକ୍ତଙ୍କ ଗାଡି  ଯାଞ୍ଚ ବେଳେ ସେଥିରୁ ଟଙ୍କା ଛପା ମେସିନ ମିଳିଥିଲା  ।  ଏହାପରେ ଅଭିଯୁକ୍ତଙ୍କୁ ବାନ୍ଧି ରଖିଥିଲେ ଗ୍ରାମବାସୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe