ରାଜଧାନୀରେ ନକଲି ସିମେଣ୍ଟ କାରଖାନା ଠାବ । ଟଙ୍କପାଣି ରୋଡରେ କାରଖାନା ଚାଲିଥିବା ବେଳେ ରେଡ୍ କଲା ବଡ଼ଗଡ଼ ପୋଲିସ

Advertisment

ଅସଲି ବ୍ୟାଗ ନକଲି ଜିନିଷ । ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର ।

ଅସଲି ବ୍ୟାଗ ନକଲି ଜିନିଷ । ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର ।

Cement

Cement Photograph: (kanaknews)

କନକ ବ୍ୟୁରୋ : ଅସଲି ବ୍ୟାଗ ନକଲି ଜିନିଷ । ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର । ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ । 

ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ପୋଲିସର ହୋସ୍ ଉଡିଯାଇଥିଲା । ବସ୍ତା ବସ୍ତା ନକଲି ସିମେଣ୍ଟ । ସିମେଣ୍ଟରେ ମିଶୁଥିଲା ପାଉଁଶ ଏବଂ ବାଲି । କମ ଦରରେ ବିକ୍ରି ହେଉଥିଲା ସିମେଣ୍ଟ । ବସ୍ତା ପିଛା ୨୦୦ଟଙ୍କା କମରେ ହେଉଥିଲା ବିକ୍ରି । କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe