କନକ ବ୍ୟୁରୋ : ଅସଲି ବ୍ୟାଗ ନକଲି ଜିନିଷ । ରାଜଧାନୀରୁ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ନାମୀଦାମୀ କମ୍ପାନୀର ପ୍ୟାକେଟ ବ୍ୟବହାର କରି କରୁଥିଲେ କାରବାର । ଟାର୍ଗେଟରେ ଥିଲା ଗ୍ରାମାଞ୍ଚଳ । ଭୁବନେଶ୍ୱର ତଥା ଭୁବନେଶ୍ୱର ବାହାରକୁ ହେଉଥିଲା ଚାଲାଣ । ଖବର ପାଇବା ପରେ ନକଲି ସିମେଣ୍ଟ କାରଖାନାରେ ରେଡ କରିଥିଲା ବଡଗଡ଼ ଥାନା ପୋଲିସ ।
ଭୁବନେଶ୍ବର ଟଙ୍କପାଣି ରୋଡ଼ରେ ଥିବା ମା କନକ ଦୁର୍ଗା ସିମେଣ୍ଟ ଷ୍ଟୋର ଉପରେ ଚଢାଉ ବେଳେ ପୋଲିସର ହୋସ୍ ଉଡିଯାଇଥିଲା । ବସ୍ତା ବସ୍ତା ନକଲି ସିମେଣ୍ଟ । ସିମେଣ୍ଟରେ ମିଶୁଥିଲା ପାଉଁଶ ଏବଂ ବାଲି । କମ ଦରରେ ବିକ୍ରି ହେଉଥିଲା ସିମେଣ୍ଟ । ବସ୍ତା ପିଛା ୨୦୦ଟଙ୍କା କମରେ ହେଉଥିଲା ବିକ୍ରି । କାରଖାନାର ମାଲିକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/02/igtoyfRVtSuS2tIUKLEa.png)