ଠକେଇର ନୂଆ ତରିକା ; ‘ ହ୍ୟାଲୋ…ସିବିଆଇରୁ କହୁଛି ! ଖୁବଶୀଘ୍ର ଆପଣଙ୍କ ଘରେ ରେଡ୍ ହେବ’

Advertisment

ହ୍ୟାଲୋ…ସିବିଆଇରୁ କହୁଛି ! ଖୁବଶୀଘ୍ର ଆପଣଙ୍କ ଘରେ ରେଡ୍ ହେବ । କିଛି ଏଭଳି ଫୋନ୍ କଲ ଆସିଥିଲା ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ। କାହିଁକି ରେଡ ହେବ ଓ କେବେ ରେଡ ହେବ ସେନେଇ ଫୋନ୍ କଲରେ ଟିକିନିକି ସୂଚନା ଦେଇଥିଲେ ଯୁବକ।

ହ୍ୟାଲୋ…ସିବିଆଇରୁ କହୁଛି ! ଖୁବଶୀଘ୍ର ଆପଣଙ୍କ ଘରେ ରେଡ୍ ହେବ । କିଛି ଏଭଳି ଫୋନ୍ କଲ ଆସିଥିଲା ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ। କାହିଁକି ରେଡ ହେବ ଓ କେବେ ରେଡ ହେବ ସେନେଇ ଫୋନ୍ କଲରେ ଟିକିନିକି ସୂଚନା ଦେଇଥିଲେ ଯୁବକ।

cbi

କନକ ବ୍ୟୁରୋ: ହ୍ୟାଲୋ…ସିବିଆଇରୁ କହୁଛି ! ଖୁବଶୀଘ୍ର ଆପଣଙ୍କ ଘରେ ରେଡ୍ ହେବ । କିଛି ଏଭଳି ଫୋନ୍ କଲ ଆସିଥିଲା ସମ୍ବଲପୁରର ମହିଳା ବ୍ୟବସାୟୀ ଅନନ୍ୟା ନାୟକଙ୍କୁ। କାହିଁକି ରେଡ ହେବ ଓ କେବେ ରେଡ ହେବ ସେନେଇ ଫୋନ୍ କଲରେ ଟିକିନିକି ସୂଚନା ଦେଇଥିଲେ ଯୁବକ। ବିଭିନ୍ନ ଅଭିଯୋଗ ଥିବା କହି ଭୟଭୀତ କରିଥିଲେ। ଆଉ ଫୋନ କଲ ବଦଳରେ ହ୍ବାଟସଆପ କଲ କରିବାକୁ କହିଥିଲେ।

ତେବେ ସିବିଆଇ ରେଡ ହେବା ଜାଣି ତାଜୁବ ହୋଇଥିଲେ ଅନନ୍ୟା। କିଭଳି ରେଡରୁ ବର୍ତ୍ତିବେ ପରାମର୍ଶ ମାଗିଥିଲେ। ମାଗଣାରେ ପରାମର୍ଶ ମିଳେନି ବୋଲି କହି ମନ୍ଦିରର ଠିକଣା ଦେବା ସହ ପ୍ରସାଦ ପଠାଇବାର ବ୍ୟବସ୍ଥା କରିବାକୁ କହିଥିଲେ ଫୋନ କଲରେ ଥିବା ଯୁବକ। ବାସ୍ତବରେ ପ୍ରସାଦ ନାଁରେ କୋଡୱାର୍ଡରେ ଟଙ୍କା ମାଗିଥିଲେ ଯୁବକ ଏବଂ ମନ୍ଦିର ନାଁରେ ବ୍ୟାଙ୍କର ଠିକଣା ପଠାଇଥିଲେ। କଟରାରେ ଥିବା ମା ବୈଷ୍ଣୋଦେବୀଙ୍କ ମନ୍ଦିର ନାଁରେ ଥିବା ଆକାଉଣ୍ଟ ବୋଲି କହିଥିଲେ।  ଯାହାକୁ ନେଇ ସନ୍ଦେହ କରିଥିଲେ ଅନନ୍ୟା ଏବଂ ସମ୍ପୃକ୍ତ ଯୁବକ ଜଣକ ନକଲି ସିବିଆଇ ଅଧିକାରୀ ବୋଲି ଜାଣିପାରିଥିଲେ।

ଅନ୍ୟନ୍ୟାଙ୍କୁ ଲୁଟିବାକୁ ସିବିଆଇ ଅଧିକାରୀ ଭାବେ ସାଇବର ଠକ ଜାଲ ବିଛାଇଥିଲେ ମଧ୍ୟ ସଫଳ ହୋଇନାହାନ୍ତି। ଅଥଚ ପ୍ରତିଦିନ ଶହ ଶହ ଲୋକ ସାଇବର ଠକଙ୍କ ଧମକପୂର୍ଣ୍ଣ କଲରେ ଠକେଇର ଶିକାର ହେଉଛନ୍ତି। ଅନ୍ୟପଟେ ତଦନ୍ତକାରୀ ସଂସ୍ଥା କିମ୍ବା ସିବିଆଇ ଏଭଳି ଫୋନ୍ କରି ଟଙ୍କା ମାଗନ୍ତିନି ବୋଲି କହିଛନ୍ତି ଅତିରିକ୍ତ ଏସପି। ଏଭଳି କଲ ଆସିଲେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଠକେଇ ପାଇଁ ସାଇବର ଠକ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି। କାହାକୁ ମିଠା କଥା କହି ତ ପୁଣି କାହାକୁ ପୋଲିସ ଓ ଆଇନର ପାଠ ପଢାଇ ଟଙ୍କା ଚଳୁ କରୁଛନ୍ତି। ସଚେତନତା ଅଭାବରୁ ରାଜ୍ୟରେ ଠକେଇର ତାଲିକା ଲମ୍ବା ହୋଇ ଚାଲିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe