ଜୀବନ ନର୍କ କରିଦେଲେ କ୍ୱାକ୍: କାଳ ହେଲା କରେଣ୍ଟ ଚିକିତ୍ସା

Advertisment

ଅସାଧ୍ୟ ରୋଗରୁ ମିଳିବ ମୁକ୍ତି। ଏକାଥରକେ ଭଲ ହୋଇଯିବ ସବୁ ପୁରୁଣା ରୋଗ। କରେଣ୍ଟ ଚିକିତ୍ସା ଦେବ ସବୁ କଷ୍ଟରୁ ମୁକ୍ତି। କିଛି ଏମିତି ପ୍ରତିଶ୍ରୁତି ଦେଇ ଜଣେ ବୃଦ୍ଧଙ୍କ ଜୀବନକୁ ନର୍କରେ ପରିଣତ କରିଛନ୍ତି ଜଣେ ବଙ୍ଗାଳୀ କ୍ବାକ୍ ।

ଅସାଧ୍ୟ ରୋଗରୁ ମିଳିବ ମୁକ୍ତି। ଏକାଥରକେ ଭଲ ହୋଇଯିବ ସବୁ ପୁରୁଣା ରୋଗ। କରେଣ୍ଟ ଚିକିତ୍ସା ଦେବ ସବୁ କଷ୍ଟରୁ ମୁକ୍ତି। କିଛି ଏମିତି ପ୍ରତିଶ୍ରୁତି ଦେଇ ଜଣେ ବୃଦ୍ଧଙ୍କ ଜୀବନକୁ ନର୍କରେ ପରିଣତ କରିଛନ୍ତି ଜଣେ ବଙ୍ଗାଳୀ କ୍ବାକ୍ ।

bolangir health issue story

bolangir health issue story Photograph: (kanak news)

କନକ ବ୍ୟୁରୋ: ଅସାଧ୍ୟ ରୋଗରୁ ମିଳିବ ମୁକ୍ତି। ଏକାଥରକେ ଭଲ ହୋଇଯିବ ସବୁ ପୁରୁଣା ରୋଗ। କରେଣ୍ଟ ଚିକିତ୍ସା ଦେବ ସବୁ କଷ୍ଟରୁ ମୁକ୍ତି। କିଛି ଏମିତି ପ୍ରତିଶ୍ରୁତି ଦେଇ ଜଣେ ବୃଦ୍ଧଙ୍କ ଜୀବନକୁ ନର୍କରେ ପରିଣତ କରିଛନ୍ତି ଜଣେ ବଙ୍ଗାଳୀ କ୍ବାକ୍ । ନିଜକୁ ଡାକ୍ତର ବୋଲି ଦାବି କରି ଏମିତି କାଣ୍ଡ ଭିଆଇଛନ୍ତି କ୍ବାକ୍ ଜଣକ। ତେବେ ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ଗୁଡ଼ଭେଳା ଭଳି ଗ୍ରାମାଞ୍ଚଳରେ। ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଖୋଲି ଚିକିତ୍ସା ଯୋଗାଇ ଦେଉଥିବା ବେଳେ ଗାଁ ଗାଁରେ କ୍ବାକଙ୍କ ରାଜୁତି ଚାଲିଛି। ଏହି କ୍ବାକଙ୍କ ଭୁଲ ଚିକିତ୍ସା ପଦ୍ଧତି ଯୋଗୁଁ ଜଣେ ରୋଗୀ ନିଜର ଗୋଡ଼କୁ ହରାଇ ଏବେ ମରଣ ମୁହଁରେ।

ଆହୁରି ପଢ଼ନ୍ତୁ : ୩ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି, ପଢ଼ନ୍ତୁ କାହାକୁ ମିଳିଲା କେଉଁ ପଦ

ଡାହିମାଲ ଗାଁର ନୀଳାଦ୍ରି ଭୋଇ। ଅତି ଗରିବ ଶ୍ରେଣୀର ହୋଇଥିବାରୁ ଦିନ ମଜୁରିଆ ଭାବରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ଜୁନ ମାସରେ ଗୋଡ଼ରେ ଯନ୍ତ୍ରଣା ହେବାରୁ ସେ ଗୁଡ଼ଭେଳା CHC  ଓ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ହେଲେ ଗୋଡ଼ଟି ଫୁଲି ଯାଇ ଅଧିକ ଯନ୍ତ୍ରଣା ଦେବାରୁ ସେ ଡାହିମାଲ ଠାରେ ଥିବା ଏକ ଔଷଧ ଦୋକାନରେ ବସୁଥିବା ବଙ୍ଗାଳୀ ଡାକ୍ତରଙ୍କଠାରେ ଚିକିତ୍ସିତ ହୋଇଥିଲେ। କିନ୍ତୁ ଡାକ୍ତର ଜଣକ ଗୋଡ଼ରେ ବିଦ୍ୟୁତ୍ ସକ୍‌ ଦେଇ ଭାଇବ୍ରେଟ୍‌ ମାଧ୍ୟମରେ ଚିକିତ୍ସା କରାଇଥିଲେ। ହେଲେ ଫଳ ହେଲା ଓଲଟା। ଗୋଡ଼ଟି ଠିକ୍ ହେବା ବଦଳରେ ଡାହାଣ ଗୋଡ଼ରେ ପୋକ ଲାଗି ମାଂସ ଝଡ଼ି ହାଡ଼ ଦିଶୁଛି। ଯାହା ଆଖିରେ ଦେଖିବା ବି କଷ୍ଟକର ହୋଇପଡ଼ିଛି। ନିଜକୁ ଡାକ୍ତର ବୋଲି ଦାବି କରୁଥିବା କ୍ବାକଙ୍କ ଚିକିତ୍ସା ସୁସ୍ଥ କରିବ କଣ, ବରଂ ଯନ୍ତ୍ରଣାକୁ ବହୁଗୁଣିତ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe